ଉତ୍କଳ ଦିବସରେ ରେଡକ୍ରସ ତରଫରୁ ହାଇଜେନିକ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ଉତ୍କଳ ଦିବସ ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ନାରାୟଣ କଲୋନୀ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୁଜାରୀଙ୍କ ସଂଯୋଜନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସଂପାଦିକା ରୀନା କୁମାରୀ ନାଏକ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଯୁବ ରେଡକ୍ରସ ଜିଲ୍ଲା ସଂପାଦକ ମଦନ ମୋହନ ପଧାନ, ଲୋଇସିଂହା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ସୁନନ୍ଦାରାଣୀ ମହାପାତ୍ର, ଅଙ୍କରିଆପଦର ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ କାଉନସିଲର ରଶ୍ମିରାଣୀ ଦାଶ ଯୋଗ ଦେଇଥିଲେ । ଅନ୍ତେବାସୀଙ୍କୁ ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶ୍ରୀମତୀ ନାଏକ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଗୁରୁତ୍ୱ ସହ କରୋନା ଭୂତାଣୁକୁ ପ୍ରତିହିତ କରିବା ପାଇଁ ମାକ୍ସ ଓ ସେନିଟାଇଜର ବ୍ୟବହାର କରିବା ପାଇଁ ବୁଝାଇଥିଲେ । ଏହି ଅବସରରେ ଅନ୍ତେବାସୀମାନଙ୍କୁ ମାକ୍ସ ଓ ସେନିଟାଇଜର କିଟ୍‌ ବଣ୍ଟନ କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ସଂଗୀତ ଅନ୍ତବାସୀମାନଙ୍କ ସହିତ ଗାନ କରାଯାଇ ଉତ୍କଳ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ରେଡକ୍ରସ କର୍ମୀମାନେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀନିବାସ ତ୍ରିପାଠୀ, ଇଶାନେଶ୍ୱର ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.