oom

ଚାଷୀଙ୍କୁ ବେପାରୀ ବୋଲି ଚଢାଉ କଲା ପ୍ରଶାସନ : ହଟହଟା ହେଲା ପ୍ରଶାସନ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ଜଲିଆ ଗ୍ରାମରେ ଗାଁର ଦୁଇ ଭାଇ ଅରକ୍ଷିତ ରାଉତ ଓ ଭୀଷ୍ମ ରାଉତ ବୋଲି ଦୁଇଜଣ ଚାଷୀଙ୍କ ୧୦ ଏକର ଜମିରେ ଧାନ ଅମଳ କରିଥଲେ । କିନ୍ତୁ କେହି ଜଣେ ଖଳ ପ୍ରକୃତିର ଲୋକ ପ୍ରଶାସନକୁ ସେମାନେ ବେପାରୀ କହି ଭୁଲ ଖବର ଦେଇଥିବା ବେଳେ ଅମଳ କରିଥିବା ଧାନକୁ ବେପାରୀ ବୋଲି ଭାବି ବିନା ଅନୁସନ୍ଧାନ କରି ଜବତ କରିବାକୁ ଆସିଥିବା ବେଲାପଡ଼ା ତହସିଲଦାର୍ ପ୍ରଶାନ୍ତୀ ପ୍ରଧାନଙ୍କୁ ଗ୍ରାମବାସୀମାନେ ଏହି ଚାଷୀ ଜଣେ ବେପାରୀ ବୋଲି ପ୍ରମାଣ କରନ୍ତୁ ବୋଲି କହିଥିଲେ । ଯଦି ସେମାନେ ଚାଷୀ ବୋଲି ପ୍ରମାଣ କରି ନପାରିଲେ ଧାନ ଛାଡ଼ିବୁ ନାହିଁ ବୋଲି ପ୍ରଶାସନିକ ଅଧିକାରୀ କହିଥିଲେ । ଏହି ଘଟଣା ଉପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ୩ ଘଣ୍ଟା ପର୍ଯ୍ୟନ୍ତ ଆସିଥିବା ପ୍ରଶାସନିକ ଅଧିକାରୀମାନଙ୍କୁ ଅଟକ ରଖିଥିଲେ । ଏହି ଖବର ପାଇବା ପରେ ପାଟଣାଗଡ ଉପଜିଲ୍ଲପାଳ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ଓ ତାଙ୍କ ହସ୍ତକ୍ଷେପରେ ଗ୍ରାମବାସୀ ଅଧିକାରୀମାନଙ୍କୁ ଛାଡି ଦେଇଥିଲେ । ପାଟଣାଗଡ଼ ଉପଜିଲ୍ଲାପାଳ, ବେଲପଡ଼ା ତହସିଲଦାର, ଏସିଏସ୍‌ଓ, ଥାନା ଅଧିକାରୀ ଚାରୋଟି ବିଭାଗର ଅଧିକାରୀମାନେ ହଟହଟା ହୋଇ ଖାଲି ହାତରେ ଫେରିଥିଲେ ।

jittmm
Leave A Reply

Your email address will not be published.