jsm

କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘର ୫ମ ବାର୍ଷିକୋତ୍ସବ : ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକ ମନ୍ତ୍ରମୁଗ୍ଧ

csstore

କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ(କବ୍ଚା) ପକ୍ଷରୁ ରବିବାର ସାମ୍ବାଦିକ ଭବନ ଠାରେ ସଂଘର ପଞ୍ଚମ ପ୍ରତିଷ୍ଠା ତଥା ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ୱାସ୍ଥ୍ୟ କର୍ମି, ସ୍ୱେଚ୍ଛାସେବୀ, ସଫଳ ଚାଷୀ, ପରିବେଷବିତ୍‌, ସାମ୍ବାଦିକ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଂଘର ବରିଷ୍ଠ ଉପଦେଷ୍ଠା ଦିବ୍ୟଶଂକର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ, କଣ୍ଟାମାଳ ତହସିଲଦାର ଶ୍ରୀମତି ରୀନା ପ୍ରଧାନ, ହାସ୍ୟକବି ରସରାଜ ଅଚ୍ୟୁତ୍‌ ପୁରୋହିତ, ରାଜ୍ୟ କଳା ସଂସ୍କୃତି ଏକାଡେମୀ ସଦସ୍ୟ ତଥା ବିଶିଷ୍ଟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ।

ଏହି ଅବସରରେ ପୋଲିସ-ମାଓ ଗୁଳି ବିନିମୟରେ ଆହତ ଯବାନଙ୍କୁ ଆଭ୍ୟନ୍ତରୀଣ ଜଙ୍ଗଲ ମଧ୍ୟକୁ ଯାଇ ନିର୍ଭିକତାର ସହ ଚିକିତ୍ସା ସେବା ଯୋଗାଇବା ଓ କୋଭିଡ ସମୟରେ ନିଜେ ପୀଡିତ ଥାଇ ମଧ୍ୟ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଥିବା କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜଗଦୀଶ ସେଠୀ, ସାମ୍ବାଦିକତା ପାଇଁ ବୈଦ୍ୟନାଥ ହୋତା, ସଫଳ ଯୁବ ଚାଷୀ ଭାବେ ପ୍ରଶନ୍ନ ରଣା, ପରିବେଷପ୍ରେମୀ ଭାବେ ଶିକ୍ଷକ ନୀଳାମ୍ବର ଖମାରୀ, ସମାଜସେବା ପାଇଁ ଶିକ୍ଷକ ଅଶୋକ ସାହୁ, ସ୍ୱାସ୍ଥ୍ୟ କର୍ମୀରେ ମୀନାକ୍ଷୀ ମହାନ୍ତି ଆଦିଙ୍କୁ ମାନପତ୍ର ଓ ଉପଢୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ରଞ୍ଜନ ପାତ୍ର ସ୍ୱାଗତ ଓ ଅତିଥୀ ପରିଚୟ ଓ ସଂପାଦକ ପୂର୍ଣ୍ଣ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଶେଷରେ ସଂଘର ଉପଦେଷ୍ଠା ଜୟ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ପ୍ରଭାତ କୁମାର ସାହୁ, କୋଷାଧ୍ୟକ୍ଷ ଅନନ୍ତ କୁମାର ଖମାରୀ, ବଂଶୀଧର ମାଝୀ, ସୁଦର୍ଶନ ବଘାର, ରଞ୍ଜନ କୁମାର ପାତ୍ର, ଆଶିଷ ସାହୁ, ଦେବାଶିଷ ମଲ୍ଲିକ, ବଳରାମ ବାଘ, ଅକୃର ସାହୁ, ଗୋବର୍ଦ୍ଧନ ସାହୁ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶାଶ୍ୱତ ତ୍ରିପାଠୀଙ୍କ ଜୀବନ ଥିଲେ ଜୀବକା ସମ୍ବଲପୁରୀ ମେଲୋଡି ଅନୁଷ୍ଠାନ ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ, ସଂଗୀତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିତୁଆ ରାତିରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ମନଭରୀ ଉପଭୋଗ କରିଥିଲେ ।

yuvodaya
Leave A Reply

Your email address will not be published.