ହୃଷିକେଶ ରାୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କ୍ୟାମ୍ପ ସଂପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତରଫରୁ ବାଗବୁଡି ବସ୍ତିରେ ଚାଲିଥିବା ସପ୍ତାହବ୍ୟାପୀ ଏନ୍‌ଏସ୍‌ଏସ୍‌ (ଜାତୀୟ ସେବା ଶିବିର)କ୍ୟାମ୍ପ ସଂପନ୍ନ ହୋଇଛି । ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ୟାମ୍ପର ସଫଳ ଆୟୋଜନ ପାଇଁ ଅଧ୍ୟକ୍ଷ, କର୍ମକର୍ତ୍ତା ବୃନ୍ଦ ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏଭଳି କାର୍ୟ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଜାତୀୟ ସେବା ଶିବିରର ପ୍ରଯୋଜକ ଅଧିକାରୀ ଅଧ୍ୟାପକ ହରିଶ ଚନ୍ଦ୍ର ମିଶ୍ର ସପ୍ତାହବ୍ୟାପୀ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ବସ୍ତି ଭିତରେ ମଦ ବିରୋଧି, ସ୍ବଚ୍ଛତା ଓ ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ କରି ବସ୍ତିବାସୀଙ୍କୁ ସଚେତନ କରାଯାଇଥିଲା । ଅଧ୍ୟକ୍ଷତା କରି ପ୍ରଫେସର ସାହୁ କହିଲେ ଏହି ଅନୁଭୂତି ପିଲାମାନଙ୍କୁ ଆଗାମୀ ଦିନରେ ସମାଜସେବା ପାଇଁ ପ୍ରେରିତ କରିବ । ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ସପ୍ତାହବ୍ୟାପୀ କାର୍ୟ୍ୟକ୍ରମରେ ବିଭିନ୍ନ ଦିନରେ ପ୍ରଫେସର ଜେ.କେ. ରାଓ, ଅଧ୍ୟାପକ ଚନ୍ଦ୍ରଧ୍ବଜ ମାଝି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରତାପ କୁମାର ରାୟ, ସୁଶାନ୍ତ କୁମାର ପଳେଇ, ଧନଞ୍ଜୟ ତିଆଡ, ଡା.ମାନଭୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ଅଧ୍ୟାପକ କାମାକ୍ଷା ପ୍ରସାଦ ରଣା, ସତ୍ୟ ନାରାୟଣ ଦୁବେ, ବିନୋଦ କିଶୋର କାନୁନଗୋ, ଚିତ୍ତମୋହନ ମିଶ୍ର, ପ୍ରଦୀପ କୁମାର ମହାନ୍ତି, ସୁବାସ ଚନ୍ଦ୍ର ସାମଲ, ଅଜୟ ସୁନ୍ଦରରାୟ, ଧୃବଚରଣ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ରଂଜିତ ପ୍ରସାଦ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.