jayashree

ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ପକ୍ଷରୁ କୁଇଜ ପ୍ରତିଯୋଗିତା

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଚଂଗରିଆ ପଂଚାୟତ ପାଞ୍ଚଛକ ସ୍ଥିତ ଜୟ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟ ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରଙ୍କ ଆନୁକୂଲ୍ୟରେ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଏଥିରେ ମା’ ପାଟଣେଶ୍ୱରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସୁଶୀଲ କୁମାର ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବର୍ଷା ଜଳ ସଂରକ୍ଷଣ କରନ୍ତୁ ଯେଉଁଠାରେ ପଡୁଛି ଯେତେବେଳେ ପଡୁଛି ଶିର୍ଷକ ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ମହାବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମହାବିଦ୍ୟାଳୟ ଏମ୍‌ଡି କ୍ଷୀରୋଦ କୁମାର ଷଡ଼ଙ୍ଗୀ ଯୁକ୍ତ ୨ର ଅଧ୍ୟକ୍ଷ ସସ୍ମିତା ସେନ୍‌ ବାରିକ, ଯୁକ୍ତ ୩ର ଅଧ୍ୟକ୍ଷ ବିଶ୍ୱନାଥ ଦଳପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ହିଁ ଛାତ୍ରଛାତ୍ରୀମାନଙ୍କ ଅର୍ନ୍ତନିହିତ ଗୁଣ ପରିପ୍ରକାଶ ସହ ବୁଦ୍ଧିର ବିକାଶ ହୋଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ଗୁରୁ ମତବ୍ୟକ୍ତ କରିଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଜେତା ପ୍ରତିଯୋଗୀ ୧ମ ସ୍ଥାନରେ ଜୟନ୍ତ ବନ୍‌ଛୋର, ରନୁନିଆଲ, ୨ୟ ମାର୍କଣ୍ଡ କଠାର, ଟିକେରାଜବରିହା, ୩ୟ ପ୍ରିୟରଞ୍ଜନ ପ୍ରଧାନ, ମିନା ବୁଡେକ ସ୍ଥାନ ଅଧିକାର କରିଥିଲେ ତାଙ୍କୁୁ ଅତିଥି ଗଣ ମାନପାତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ସ୍ବେଛାସେବୀ ସନ୍ତୋଷ କୁମାର ଘିଭେଲା, ସ୍ଵେଚ୍ଛାସେବୀ ଶମ୍ଭୁ ପ୍ରସାଦ ଘିଭେଲା, ସ୍ବେଛାସେବୀକା କୁନି ବରିହା, ଜୟତରୁଣ ଯୁବକ ସଂଘର ସମ୍ପାଦକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.