ତୋଷାଳୀ ମହୋତ୍ସବରେ ସମ୍ମାନିତ ହେଲା ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରାରେ ତୋଷାଳୀ ମହୋତ୍ସବରେ ସମ୍ମାନିତ ହୋଇଛି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ । ମାଟିର ବିକାଶ ତଥା ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚକୁ ଅତିଥି ମାନେ ସମ୍ମାନିତ କରିଥିବା ସୂଚନାରେ କୁହାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦଓ, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ଲୋଇସିଂହା ବିଧାୟକ ମୁକେଶ ମହାଲିଂଗ, ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରା, ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.