ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ତୁଷାରକାନ୍ତ ମିଶ୍ର ମୁଖ୍ୟଅତିଥି ଓ ଆଲୁମନି ଆସୋସିଏସନ୍ର ସଭାପତି ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟଅତିଥି ଡଃ ମିଶ୍ର ଏହି ଅବସରରେ କହିଲେ ଯେ, ପ୍ରତ୍ୟେକ ମଣିଷର ନିଜ ଅଧିକାର ସଂପର୍କରେ ଜାଣିବା ଉଚିତ । ସମସ୍ତଙ୍କର ସ୍ବାଭିମାନ ସହ ବଂଚିବାର ଅଧିକାର ରହିଛି । ଏଥିପାଇଁ ଜୀବନ, ମୁକ୍ତି ଓ ଯୋଗ୍ୟତା ସଂପର୍କରେ ଆଲୋଚନା କରିଥିଲେ । ସମାଜର ପ୍ରତ୍ୟେକ କ୍ଷେତ୍ରରେ ମୁଖ୍ୟତଃ ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ମାନବାଧିକାର ଉଲଂଘନ ବଢି ଚାଲିଛି । ତାକୁ ପ୍ରତିହତ କରିବା ପାଇଁ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ଦତ୍ତ ନିଜ ଅଧିକାର ସଂପର୍କରେ ଜାଣିବା ସହ ସଚେତନତା କାର୍ୟ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଡଃ ସଂପାଦିକା ମହାନ୍ତି ସ୍ୱାଗତ ଭାଷଣ ସହ କାର୍ୟ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ତନ୍ମୟରାଜ ପାଢୀ ଓ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପିକା ପ୍ରଜ୍ଞାପରମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post