shyamal

କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ ଟ୍ରଷ୍ଟର କର୍ମଶାଳା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ତଥା ଆତ୍ମସୁରକ୍ଷା ପ୍ରଶିକ୍ଷଣ ପାଇଁ ପରିଚିତ କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳିକା ଆତ୍ମସୁରକ୍ଷା ସଂପର୍କିତ ତିନି ଦିନିଆ କର୍ମଶାଳା ୟୁନିଟ୍‌-୯ ସ୍ଥିତ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ଅସୁରକ୍ଷିତ ସମାଜରେ ବାଳିକାମାନଙ୍କୁ ସଶକ୍ତ, ନିର୍ଭୟ ସ ଆତ୍ମବିଶ୍ୱାସୀ କରିବା ଲକ୍ଷ୍ୟରେ କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ସଶକ୍ତ ବାଳିକା ନିର୍ଭୟ ସମାଜ’ ଅଭିଯାନ ଆରମ୍ଭ ହୋଇଛି । ଏହି ଉପକ୍ରମରେ ଟ୍ରଷ୍ଟ ପକ୍ଷରୁ ଉକ୍ତ କର୍ମଶାଳାରେ ବସ୍ତିରେ ରହୁଥିବା ୩୦ ଜଣ ବାଳିକାଙ୍କୁ ଯୋଗ, ଏରୋବିକ୍ସ ଓ ତାଇକୋଣ୍ଡୋ ପ୍ରଶିକ୍ଷଣ ଦିଆଯାଇଛି । ବିଶିଷ୍ଟ ଯୋଗ ପ୍ରଶିକ୍ଷକ ଡ. ରାଜେଶ ମାଣିକ, ଏରୋବିକ୍ସ ସଂଚାଳିକା ସୁଶ୍ରୀ ଦିଶି ଓ ସୁଶ୍ରୀ ଜ୍ୟୋତି ଓ ତାଇକେଣ୍ଡୋ ଥାର୍ଡ ଡାନ ବ୍ଲାକ ବେଲ୍ଟ ଲକ୍ଷ୍ମୀପ୍ରସାଦ ନାୟକ ପ୍ରମୁଖ ଫିଟନେସ ସ ଆତ୍ମରକ୍ଷାର ବିବିଧ କୌଶଳକୁ ପ୍ରଦର୍ଶନ କରିଥିଲେ । ଅନ୍ତିମ ଦିବସରେ ମୁଖ୍ୟଅତିଥି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେି ଏହାର ଉଚ୍ଚ ପ୍ରଶଂସା କରିଥିବା ବେଳେ ଟି.ରବି କୁମାର ପାତ୍ର ଏଭଳି କର୍ମଶାଳାର ଉପଯୋଗିତା ସଂପର୍କରେ ଉଲ୍ଲେଖ କରିଥିଲେ । ପୂର୍ବତନ କର୍ପୋରେଟର ଶେଖ୍‌ ନିଜାମୁଦ୍ଦିନ ମଧ୍ୟ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ଶେଷରେ ପ୍ରଶିକ୍ଷିତ ବାଳକାମାନଙ୍କୁ ଅତିଥିମାନେ ଉପହାର, ସ୍ମୃତିଫଳକ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କର୍ମଶାଳାର ବିବିଧ ଦିବସରେ ବିଜେଡି ନେତା ଦୁର୍ଗା ସାମନ୍ତରାୟ, ସାମାଜିକ କର୍ମୀ ମେଘନା ସାହୁ, ବିଜୟଲକ୍ଷ୍ମୀ ମହାପାତ୍ର, ସୁଶାନ୍ତ କୁମାର ସାହୁ, ଚିନ୍ମୟ ମହାପାତ୍ର, ଶୁଭକାନ୍ତ ସାମନ୍ତସିଂହାର, ଜ୍ୟୋତିର୍ମୟ କାନୁନ୍‌ଗୋ, ପ୍ରଶାନ୍ତ କୁମାର ସାହୁ, ବିଜୟ କେତନ ସ୍ୱାଇଁ, ମନୋରଂଜନ ମହାନ୍ତି ଓ ଧୀରେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ।

purusottam
Leave A Reply

Your email address will not be published.