csstore

ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୧ ପାଳିତ

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଜେଏସ୍‌ପିଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୧ ଜିନ୍ଦଲ ନଗର ପରିସର ସ୍ଥିତ ‘ଆଶା ଦି ହୋପ’ କେନ୍ଦ୍ରଠାରେ ପାଳିତ ହୋଇଯାଇଛି । ନାରାୟଣ ମହାପାତ୍ର, ଡିଏସ୍‌ଏସ୍‌ଓ, ଶ୍ରୀମତୀ ଅନିତା ମିତ୍ତଲ, ଶ୍ରୀମତୀ ଅନିନ୍ଦିତା ବନ୍ଦୋପାଧ୍ୟାୟ, ଅତନୁ ରଥ, ଅଧ୍ୟକ୍ଷ ଓପି ଜିନ୍ଦଲ ସ୍କୁଲ, ଡାକ୍ତର କୃଷ୍ଣ ପ୍ରସାଦ ବେହେରା, ସିଏମ୍‌ଓ-ଜେଏସ୍‌ପିଏଲ୍‌ ଓଏଚ୍‌ସି ଏବଂ ଶ୍ରୀମତୀ ପୁଷ୍ପା ଶତପଥୀ, ଜିଏମ୍‌ସିଏସ୍‌ଆର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ଆୟୋଜିତ ହୋଇଥିବା ବିଭିନ୍ନ କ୍ରୀଡା ଯଥା ରେସିଙ୍ଗ, ବେଲୁନ ବ୍ଳାଷ୍ଟ, ସଫ୍ଟ ବଲ ଥ୍ରୋଇଙ୍ଗ, କ୍ୟାଣ୍ଡେଲ ବ୍ଲୋଇଙ୍ଗ, ଚକୋଲେଟ ରେସ, ଡାନସିଙ୍ଗ ଇତ୍ୟାଦି ପ୍ରତିଯୋଗିତାର କୃତି ପ୍ରତିଭାଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆବଶ୍ୟକୀୟ ଶିଶୁମାନଙ୍କୁ କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରିଥିଲେ ।ଜେଏସ୍‌ପିଏଲ୍‌ ପ୍ଳାଣ୍ଟର ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ପ୍ରକଳ୍ପ ପାର୍ଶ୍ଵବର୍ତୀ ଗ୍ରାମରେ ବସବାସ କରୁଥିବା ୫୦୦୦ରୁ ଊର୍ଦ୍ଧ୍ଵ ଦିବ୍ୟାଙ୍ଗ ଶିଶୁ ମାନେ ‘ଆଶା ଦି ହୋପ’ କେନ୍ଦ୍ର ମାଧ୍ୟମରେ ଲାଭାନ୍ଵିତ ହେବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।

jayashree
Leave A Reply

Your email address will not be published.