csstore

ବରଗଡ ଆର୍‌ଏମ୍‌ସିର ବିଭିନ୍ନ ମଣ୍ଡିକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଚଳିତ ଖରିଫ ଋତୁରେ ବରଗଡ ଜିଲ୍ଲାରେ ପର୍ୟ୍ୟାଯ କ୍ରମେ ଆରମ୍ଭ ହୋଇଥିବା ଧାନସଂଗ୍ରହ ପକ୍ରିୟାକୁ ତଦାରଖ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ମୋନିଷା ବାର୍ନାଜୀ ବରଗଡ ନିଯନ୍ତ୍ରଣ ବଜାର କମିଟି ଅଧୀନସ୍ଥ ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ । ପ୍ରଥମେ ଗୁଡେଶିରା ମଣ୍ଡି ପରିଦର୍ଶନ ବେଳେ କାଗଜାତ ଓ ଗୋଦାମ ଗୃହରେ ଗଚ୍ଛିତ ଧାନ ବ୍ୟବସ୍ଥିତ ଭାବେ ଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ଯଥାଶୀଘ୍ର ମଣ୍ଡିର ଧାନ ଉଠାଣ ପାଇଁ ମିଲର୍ସମାନଙ୍କୁ ପରାମର୍ଶ ଦେଇଥିଲେ । ଦ୍ବିତୀୟ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ଦ୍ୱାରା ବହୁ କଷ୍ଟରେ ଉର୍ପାଜିତ ଧାନ କିଭଳି ସୁରୁଖୁରୁ ବିକ୍ରି ହୋଇପାରିବ ଉପସ୍ଥିତ ପେକସ ଆର୍‌ଏମ୍‌ସି କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ବ ଓ କର୍ତ୍ତବ୍ୟକୁ ସୂଚାରୁ ରୂପେ ସଂପାଦନ କରିବା ପାଇ ଗୁରୁତ୍ୱାରୋପ କରିଥିଲେ ।ସେଠାରେ ଉପସ୍ଥିତ ବିଭିନ୍ନ ଚାଷୀ ଓ ଦୈନିକ ବଜାର ବ୍ୟକ୍ତି ବିଶେଷଙ୍କ ସହ ବଜାର ବ୍ୟବସ୍ଥା ଓ ଉପଲବ୍ଧ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ପରେ ବରପାଲି ମଣ୍ଡିକୁ ପରିଦର୍ଶନ କରି କାଗଜାତ ଓ ଶୃଙ୍ଖଳିତ ଏବଂ ବ୍ୟବସ୍ଥିତ ଭାବେ ଧାନ ଗଚ୍ଛିତ ଥିବାରୁ ସେଠାରେ ମଧ୍ୟ ସନ୍ତୋଷ ପ୍ରକାଶ କରି କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ବରପାଲି ନିକଟସ୍ଥ ରେମତା କ୍ରୟ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଥିଲେ । ମା’ ବୀଣାପାଣି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ବାରା ପରିଚାଳିତ ହେଉଥିବା ଏହି ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଚାଷୀ ଯେଭଳି ସୁବିଧାରେ ସୁରୁଖୁରୁରେ ନିଜର ଧାନକୁ ବିକ୍ରି କରିପାରିବେ ସେ ଦିଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଭୀର ଆତ୍ମବିଶ୍ୱାସ ନିଷ୍ଠା ଓ ପରିଶ୍ରମ ସହ ପରିଚାଳିତ କରି ଅନ୍ୟମାନଙ୍କ ପାଇ ଆର୍ଦଶ ସୃଷ୍ଠି କରିବା ପାଇ ପରାମର୍ଶ ଦେଇଥିଲେ ।

jayashree
Leave A Reply

Your email address will not be published.