ମା’ ଲକ୍ଷ୍ମୀ ଦେବୀଙ୍କ ମନ୍ଦିର ଶିଳାନ୍ୟାସ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲେଜ ରୋଡ଼ କାଦମ୍ବିନୀ ମଣ୍ଡପ ପରିସରରେ ଗତକାଲି ମା’ ଲକ୍ଷ୍ମୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ରୋଡ଼ ସ୍ଥିତ ମା’ ଗଜ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭର ଭୂମି ପୂଜନ ଉତ୍ସବରେ କର୍ତ୍ତା ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ତାଙ୍କ ସହଧର୍ମିଣୀ ମହାଶ୍ୱେତା ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟ ଅନୁକୂଳ କରିଥିଲେ । ସକାଳୁ ମନ୍ଦିର ପାଇଁ ଭୂମି ପୂଜନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଉତ୍ସବରେ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.