oom

ୟୁଥ୍ ହଷ୍ଟେଲର ଏଡସ୍‌ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ଯୋଗୁଁ ୟୁଥ୍ ହଷ୍ଟେଲ, ରାଉରକେଲା ତରଫରୁ ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରେ ଏଡସ୍‌ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ୱ ଏଡସ୍‌ ଦିବସ ପାଳନ ଅବସରରେ ୟୁଥ୍ ହଷ୍ଟେଲର ସାଧାରଣ ସଂପାଦକ ନିରଞ୍ଜନ ସାମଲଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସଦସ୍ୟ ଚନ୍ଦ୍ରଶେଖର ଶତପଥୀ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ,ସରୋଜ ପଟ୍ଟନାୟକ, ସରୋଜ ପାତ୍ର, ଲୁସି ଦାଶ, ନିର୍ମଳ ଦାସ, ସଂଜୟ ଦାସ, ଶାନ୍ତି ଦାସ, ସୁଲୋଚନା ମିଶ୍ର, ମୀନତି ମହାନ୍ତି, ଅଜିତ ପାନ୍ନା, ଉର୍ମିଳା ଦାସ, ପଙ୍କଜ ପାଢୀ, ଆଶିଷ ବିରସା ହେମ୍ଭ୍ରମ, ଶାନ୍ତା ହେମ୍ଭ୍ରମ, ଅଭିଷେକ ପଟ୍ଟନାୟକ, ସଲିଲ କୁମାର ସାହୁ, ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ପ୍ଲାଇକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଶେଷରେ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.