p purohi

ଅନ୍ନପୂର୍ଣ୍ଣା ନାହାକଙ୍କ ଦ୍ଵାଦଶାହ ଶ୍ରାଦ୍ଧବାର୍ଷିକୀ

dr. purohit

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ଅଧିନସ୍ତ ହରିପୁର ବୁରୁଡି ଗ୍ରାମର ସ୍ବର୍ଗତ ହରିହର ନାହାକଙ୍କ ଧର୍ମପତ୍ନୀ ସମାଜସେବୀ ଓ ପ୍ରଧାନ ଶିକ୍ଷକ ନାରାୟଣ ନାହାକଙ୍କ ମାତା ଅନ୍ନପୂର୍ଣ୍ଣା ନାହାକଙ୍କ ଦ୍ଵାଦଶାହ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଲଙ୍ଗଳେଶ୍ୱର ଶୈବପୀଠ ପରିସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ତିଥି ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱର୍ଗତ ଅନ୍ନପୂର୍ଣ୍ଣା ସମାଜସେବା ଓ ଧର୍ମପରାୟଣ ହୋଇ ନଥିଲେ ବରଂ ଦୁଃଖିରଙ୍କୀଙ୍କର ଦୁଃଖ ସୁଖରେ ସାମିଲ ରହୁଥିବା ଉପସ୍ଥିତ ବରଣ୍ୟ ବ୍ୟକ୍ତିମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର୍ଗତ ଅନ୍ନପୂର୍ଣ୍ଣାଙ୍କ ତୈଳ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଧୂପ ଦୀପ ପ୍ରଦାନ କରିଥିଲେ । ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ, ବାନାମ୍ବର ପଲେଇ, ଶଙ୍କର ନାରାୟଣ ବେଜ, ଚନ୍ଦ୍ରଶେଖର ନାହାକ, ଅଭିରାମ ବେହେରା, ବିଜୟ କୁମାର ପଣ୍ଡା, ସନ୍ତୋଷ କୁମାର ନାହାକ, ବଂଶୀଧର ନାହାକ, ପୀତବାସ ନାହାକ, ମଙ୍ଗୁଳୁ ନାହାକ, ରାଜକିଶୋର ନାହାକ, ରବୀନ୍ଦ୍ର କୁମାର ନାହାକ, ଉପେନ୍ଦ୍ର ତ୍ରିପାଠୀ, ରବୀନ୍ଦ୍ର କୁମାର ସାହୁ, କାଞ୍ଚନ ବାଳା ପଣ୍ଡା, ମମତା ନାୟକ, ମୋନାଲିସା ରଥ, ମନ୍ମୟ କୁମାର ନାହାକ, ମନସ୍ବିତା ନାହାକ, ସୂର୍ଯ୍ୟତା ବାଳା ବିଷୋୟୀ, ତରୁଣା ନାହାକ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଆୟୋଜିତ କାର୍ଯ୍ୟକ୍ରମକୁ ଜ୍ୟେଷ୍ଠ ପୁତ୍ର ନାରାୟଣ ନାହାକ, ଲଷ୍ମୀ ଚରଣ ନାହାକ, ସୁରଥ ନାହାକ, ଶୁଭେନ୍ଦୁ କୁମାର ନାହାକ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବ ଗ୍ରାମବାସୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.