ରମ୍ଭା ଥାନା ପକ୍ଷରୁ ଆମ ପୋଲିସ ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତ କାର୍ଯ୍ୟାଳୟଠାରେ ଗୁରୁବାର ରମ୍ଭା ପୋଲିସ ପକ୍ଷରୁ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ତମ ବୁଝାମଣା ମଧ୍ୟରେ ଶାନ୍ତି ଶୃଙ୍ଖଳାରେ ଚଳିବା ନିମନ୍ତେ ଲୋକଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ସହ ଆଗମୀ ଦିନରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବେଆଇନ କାର୍ଯ୍ୟ ଓ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବା ବ୍ୟକ୍ତିମାନଙ୍କ ବିଷୟରେ ପୋଲିସକୁ ସୂଚନା ଦେବାକୁ ପରାମର୍ଶ ଦେବା ସହ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସରପଞ୍ଚ ପ୍ରତିନିଧି ରଘୁନାଥ ପ୍ରଧାନଙ୍କ ସହ ଗ୍ରାମ୍ୟ କମିଟି କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.