oom

କୂଳ ଲଂଘୁଛି ସମୁଦ୍ର

jsmm

ଗଞ୍ଜାମ, (କେପିଏନ୍‌ଏସ୍‌) : କୂଳ ଲଂଘୁଛି ସମୁଦ୍ର । ପ୍ରତିବର୍ଷ ଅଶାନ୍ତ ସମୁଦ୍ର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତରେ ଅଧିକ କ୍ଷୟକ୍ଷତି କରୁଥିବା ନଜିର ରହିଛି । ଶୁକ୍ରବାର ଅଶାନ୍ତ ସମୁଦ୍ରିକ ଜୁଆର କୂଳ ଲଙ୍ଘିବା ଫଳରେ ପୋଡମପେଟା ଓଡ଼ିଆରପି କଲୋନୀବାସୀ ଆତଙ୍କିତ ହୋଇ ପଡିଛନ୍ତି । ସାମୁଦ୍ରିକ ଜୁଆର ପ୍ରଭାବରେ କୂଳରେ ରହିଥିବା ଡ଼ଙ୍ଗାଗୁଡିକ ଭାସି ଯାଉଥିବା ବେଳେ ମତ୍ସ୍ୟଜୀବୀ ମାନେ ନିଜ ନିଜ ଡ଼ଙ୍ଗାଗୁଡିକୁ ସମୁଦ୍ର କୂଳରୁ ଟାଣି ଆଣି ଝାଉଁ ଓ କାଜୁ ଗଛରେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ଲକ୍ଷାଧିକ ଟଙ୍କାର ଜାଲଗୁଡିକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନେଇ ଆସିଥିବା ଜଣା ପଡିଛି । ସୂଚନା ଥାଉ କି ପ୍ରତିବର୍ଷ ସମୁଦ୍ର କୂଳ ଲଂଘୁଥିବା ପୋଡମପେଟା ଗ୍ରାମ ସମୁଦ୍ରର ଆଁରେ ଡୁବି ଯାଇଥିଲା । ଫଳରେ ଗ୍ରାମର ପ୍ରାୟ୧୦୫ ପରିବାରକୁ ରାମଗଡ଼ ପଞ୍ଚାୟତର ଦୁମୁନାଗିରି ପାହାଡ଼ ପାଦଦେଶରେ ସାହେବ କେନାଲ ପାର୍ଶ୍ୱରେ ଜିଲ୍ଲା ପ୍ରଶାସନ ଥାଇଥାନ କରିଥିଲା । ତେବେ ସମୁଦ୍ର ବାରମ୍ବାର କୂଳ ଲଙ୍ଘିବା ଫଳରେ ଗୋଟାକ ପରେ ଗୋଟିଏ ଘର ଅଶାନ୍ତ ସମୁଦ୍ରର ଲହଡି ମାଡରେ ସମୁଦ୍ରରେ ମିଶିବା ପରେ ସାହେବ କେନାଲ ପାର୍ଶ୍ୱରେ ପୁଣି ଗ୍ରାମାବାସୀମାନଙ୍କୁ ଓଡିଆରପି କଲୋନୀ ପ୍ରଦାନ କରି ଗ୍ରାମବାସୀଙ୍କୁ ଜିଲ୍ଲା ପ୍ରଶାସନ ଥଇଥାନ କରିଥିଲା । ସମୁଦ୍ର କୂଳରେ ରହିଥିବା ଝାଉଁ ଓ କାଜୁ ଜଙ୍ଗଲ ସମୁଦ୍ର ମଧ୍ୟରେ ଡୁବି ଯାଇଥିବା ଲକ୍ଷ କରାଯାଇଛି । ବର୍ତ୍ତମାନ ପୁଣି ସମୁଦ୍ର ଅଶାନ୍ତ ଫଳରେ କୂଳ ଲଙ୍ଘି ଅଶାନ୍ତ ହୋଇ ପଡୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି ।

jittmm
Leave A Reply

Your email address will not be published.