ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ, କଳାହାଣ୍ଡି, ଝାରସୁଗୁଡାରୁ ୩ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଜଗତସିଂହପୁର, ମୟୁରଭଞ୍ଜ, ରାୟଗଡା, ସୁନ୍ଦରଗଡରୁ ୨ ଲେଖାଏଁ ରହିଥିବା ବେଳେ ପୁରୀ, ନୂଆପଡା, ମାଲକାନଗିରି, କନ୍ଧମାଳ, ଯାଜପୁର, ଗଞ୍ଜାମ, ବରଗଡରୁ ଜଣେ ଲେଖାଏଁ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.