ଇନ୍ଦ୍ରଧନୁ ମାର୍କେଟକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ତଥା ରାଜ୍ୟରେ ଦିନକୁ ଦିନ ବଢି ବଢି ଚାଲିଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ଦ୍ୱାରା କଡାକଡି ଭାବରେ କୋଭିଡ ନିୟମ ପାଳନ କରାଯିବା ପାଇଁ କୁହାଯାଇଛି । ତେବେ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ ଠାରେ ଅଧିକ ଗହଳି କରିବା ସହ ଲୋକମାନେ କୋଭିଡ୍ ନିୟମର ଉଲ୍ଲଂଘନ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଇନ୍ଦ୍ରଧନୁ ମାର୍କେଟକୁ ସିଲ କରିଛି ଭୁବନେଶ୍ୱର ମହାନଗର ନିଗମ । ଆସନ୍ତାକାଲି ଶନିବାର ଓ ତାପରଦିନ ରବିବାର ସପ୍ତାହାନ୍ତ ସଟ୍‌ଡାଉନ ରହିଛି । ଆଜିଠାରୁ ୩ ଦିନ ଯାଏଁ ଇନ୍ଦ୍ରଧନୁ ମାର୍କେଟ ବନ୍ଦ ରହିବ ।

Leave A Reply

Your email address will not be published.

6 + 9 =