ନୂତନ ଏସ୍‌ଡିପିଓଙ୍କ ଯୋଗଦାନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଥାନାରେ ନୂତନ ଏସ୍‌ଡ଼ିପିଓ ଭାବେ ଯୋଗଦାନ କରିଛନ୍ତି ଡିଏସ୍‌ପି. ଜ୍ୟୋତିର୍ମୟ ଭୁକ୍ତା । ଏହା ପୂର୍ବରୁ ସୁରେଶ ନାଏକ ପାଟଣାଗଡ଼ରେ ଏସ୍‌ଡିପିଓ ଭାବେ କାର୍ଯ୍ୟ ତୁଳାଉଥିଲେ । ତାଙ୍କୁ ବଦଳି ହେବା ପରେ ଶ୍ରୀ ଭୁକ୍ତା ଗତ ୨୬ ତାରିଖ ଦିନ ଯୋଗଦାନ କରିଛନ୍ତି । ତେବେ ପାଟଣାଗଡ଼ ଅଂଚଳରେ ବଢ଼ି ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ଶ୍ରୀ ଭୁକ୍ତା ଉଚିତ ପଦକ୍ଷେପ ନେବେ ବୋଲି ସାଧାରଣରେ ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.

four × five =