pakka

ଇଏସଆଇସି ହସପିଟାଲ ଗୁଡିକ ପାଇଁ କୋଭିଡ-୧୯ ଚିକିତ୍ସା ସୁବିଧା ଥିବା ଡ୍ୟାଶବୋର୍ଡ

bbehera

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ୟ୍ୟ କରୁଥିବା କର୍ମଚାରୀ ରାଜ୍ୟ ବୀମା ନିଗମ (ଇ ଏସ ଆଇ ସି) ସାଂପ୍ରତିକ କରୋନା ମହାମାରୀ ସମୟରେ ନିଜର ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିବାକୁ ଯାଇ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଏହି ନୂଆ ପଦକ୍ଷେପରେ ନାଗରିକ କେନ୍ଦ୍ରୀକ ସେବା ଯୋଗାଣ ବା ସୂଚନା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସମୟର ସବୁଠୁ ବଡ ଆବଶ୍ୟକତା ହେଲା କରୋନା ରୋଗୀଙ୍କ ଚିକିତ୍ସା ଓ ସେବା ପାଇଁ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା । ଏହାର ହିତାଧିକାରୀଙ୍କ ନିମନ୍ତେ ଇଏସ୍ଆଇ ପକ୍ଷରୁ ଯେଉଁ ସବୁ ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ପ୍ରଦାନକାରୀ ସୁବିଧାମାନ କରାଯାଇଛି ସେସବୁକୁ ଏବେ ଦେଶର ଲୋକମାନଙ୍କୁ କୋଭିଡ ଚିକିତ୍ସା ଓ ସେବା ଯୋଗାଇ ଦେବାକୁ ଉନ୍ମୁକ୍ତ କରାଯାଇଛି । କୋଭିଡ ଆକ୍ରାନ୍ତଙ୍କୁ ଉତ୍ସର୍ଗୀକୃତ ସେବା ଯୋଗାଇବାକୁ ଇଏସ୍ଆଇର କେତେକ ଚିକିତ୍ସା ପ୍ରତିଷ୍ଠାନ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏଥିରେ ଆମର ସାହସୀ ଚିକିତ୍ସକ ଓ ଚିକିତ୍ସାକର୍ମୀ ତଥା ଅନ୍ୟାନ୍ୟ ସମ୍ମୁଖ ଭାଗର କର୍ମୀମାନେ ଏସବୁ ଇଏସଆଇ ହସ୍ପିଟାଲରେ ୨୪ଘଣ୍ଟିଆ ଜୀବନ ରକ୍ଷାକାରୀ ସେବା ଯୋଗାଇ ଦେଉଛନ୍ତି । ସେମାନେ କେବଳ ଦାୟିତ୍ୱବାନ ନାଗରିକ ଭାବେ ଏହି କାର୍ୟ୍ୟ କରୁନାହାନ୍ତି, ଏଥିରେ “ମାନବଜାତିର ସେବା, ଈଶ୍ୱରଙ୍କ ସେବା ସହ ସମାନ” ଭାବନା ରଖି ଏହି ମହତ୍ କାମରେ ଲାଗିପଡିଛନ୍ତି ।
ଯୋଗାଣ ଓ ଚାହିଦା ମଧ୍ୟରେ ବ୍ୟବଧାନ ଥିବାରୁ ଏବେ କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଶଯ୍ୟାର ଅଭାବ ରହିଛି । ଯେଉଁଠି ଶଯ୍ୟା ରହିଛି ସେ ସମ୍ପର୍କରେ ଠିକ୍ ସମୟରେ ତଥ୍ୟ ଉପଲବ୍ଧ ହେଉନାହିଁ । ଫଳରେ ଜରୁରୀ ଚିକିତ୍ସା ଓ ଯତ୍ନ ଲୋଡୁଥିବା ରୋଗୀମାନେ ଅସୁବିଧାରେ ପଡୁଛନ୍ତି । ଏସିକ୍ର ଆଇସିଟି ଟିମ୍ ଏଥିପାଇଁ ନିରନ୍ତର ପରିଶ୍ରମ କରି ଏକ ନକ୍ସା ପ୍ରସ୍ତୁତ କରିଛି । ଏହି ନକ୍ସା ଆଧାରରେ ଏକ ଡ୍ୟାଶବୋର୍ଡ ତିଆରି କରାଯାଇ ତାହାକୁ କାର୍ୟ୍ୟରେ ଲଗାଯାଇଛି । ରେକର୍ଡ ସମୟରେ ଖୁବ୍ କମ୍ ଦିନରେ ଏହି ଡ୍ୟାଶବୋର୍ଡ ବିକଶିତ ହୋଇ କାର୍ୟ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ ଚିକିତ୍ସା ପାଇଁ ଜରୁରୀକାଳୀନ ଭିତ୍ତିରେ ଶଯ୍ୟା ଖୋଜୁଥିବା ଲୋକେ ଏସିକ୍ ହସ୍ପିଟାଲରେ ବେଡ ସମ୍ପର୍କରେ ଆବଶ୍ୟକ ସୂଚନା ପାଇପାରିବେ ।
ଏହି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଥିବା ଇଏସଆଇ ହସ୍ପିଟାଲଗୁଡିକ ନିଜର ଉପଲବ୍ଧ ଖାଲି ଶଯ୍ୟା ସମ୍ପର୍କରେ ନିୟମିତ ସର୍ବଶେଷ ତଥ୍ୟାବଳୀ ଯୋଗାଉଛନ୍ତି ଏବଂ ତାହା ଡ୍ୟାଶବୋର୍ଡରେ ସ୍ଥାନ ପାଉଛି । ଆଗ୍ରହୀ ବ୍ୟକ୍ତିବିଶେଷ ଏହି ଡ୍ୟାଶବୋର୍ଡରୁ ଚିକିତ୍ସା ସୁବିଧା ପାଇଁ ଉପଲବ୍ଧ ଥିବା ଶଯ୍ୟା, ହସ୍ପିଟାଲର ନାମ ଓ ଅନ୍ୟାନ୍ୟ ତଥ୍ୟ ଜାଣିପାରିବେ ଏବଂ ଆବଶ୍ୟକ ସ୍ଥଳେ ତାହାର ସୁବିଧା ନେଇ ପାରିବେ ।
କୋଭିଡ ଫ୍ୟାସିଲିଟି ଡ୍ୟାସବୋର୍ଡର ଲିଙ୍କ ପାଇଁ କ୍ଲିକ କରନ୍ତୁ-
https://www.esic.in/Dashboard/CovidDashBoard.aspx.

jay balangir
Leave A Reply

Your email address will not be published.

ten − 5 =