pakka

କୋଭିଡ ପରିଚାଳନାରେ ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

bbehera

ନୂଆଦିଲ୍ଲୀ, (ପିଆଇବି) : ସେନା ମୁଖ୍ୟ ଜେନେରାଲ ଏମ. ଏମ. ନରଭଣେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କୋଭିଡ ପରିଚାଳନାରେ ସେନା ନେଉଥିବା ପଦକ୍ଷେପ ନେଇ ସେମାନେ ଆଲୋଚନା କରିଥିଲେ ।

ଜେନେରୋଲ ଏମ.ଏମ. ନରଭଣେ ସେନାର ମେଡିକାଲ ଷ୍ଟାଫ ବିଭିନ୍ନ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରୁଥିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେନା ଦେଶର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ହସ୍ପିଟାଲ ମାନ ସ୍ଥାପନ କରୁଥିବା ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଜନସାଧାରଣ ସେମାନଙ୍କ ନିକଟବର୍ତ୍ତୀ ସେନା ହସ୍ପିଟାଲ ସହ ଯୋଗାଯୋଗ କରିପାରିବେ ବୋଲି ସେ ସୂଚନା ଦେଇଥିଲେ ।

ବାହାରୁ ଆମଦାନୀ ହୋଇ ଆସୁଥିବା ଅମ୍ଳଜାନ ସିଲିଣ୍ଡର ଓ ଯାନବାହନ ପରିବହନ ପାଇଁ ଯେଉଁଠି ସ୍ୱତନ୍ତ୍ର କୌଶଳ ଅବଲମ୍ବନ ଆବଶ୍ୟକ ସେଠାରେ ସେନା ନିଜ କର୍ମଚାରୀ ମୁତୟନ କରି ସାହାଯ୍ୟ କରୁଥିବା ଜେନେରାଲ ନରଭଣେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

jay balangir
Leave A Reply

Your email address will not be published.

1 × 3 =