pakka

୧୫ କୋଟିରୁ ଅଧିକ ଟିକାକରଣ କଭରେଜ ସହ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କଲା

bbehera
  • ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛି
  • ଗତ ୨୪ ଘଣ୍ଟାରେ ୨.୬୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି
  • କୋଭିଡ ମୃତ୍ୟୁହାର ହ୍ରାସ ପାଇ ୧.୧୧% ହୋଇଛି
  • ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟାରେ କୋଭିଡ ମୃତ୍ୟୁ ହୋଇନାହିଁ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ ୧୯ ମହାମାରୀ ବିରୋଧୀ ଲଢେଇରେ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭାରତର ସାମଗ୍ରିକ କୋଭିଡ ୧୯ ଟିକାକରଣ ୧୫ କୋଟି ଅତିକ୍ରମ କରିଛି ।
ଆଜି ସକାଳ ସାତଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୨,୦୭,୦୬୫ ସେସନରେ ୧୫,୦୦, ୨୦,୬୪୮ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥିରେ ୯୩,୬୭,୫୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୧,୪୭,୯୧୮ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୨୩,୧୯,୯୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୬୬,୧୨,୭୮୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୫,୧୪,୯୯,୮୩୪ ପ୍ରଥମ ଡୋଜ ହିତାଧିକାରୀ ଓ ୯୮,୯୨,୩୮୦ ଦ୍ୱିତୀୟ ଡୋଜ ହିତାଧିକାରୀ ୬୦ ବର୍ଷରୁ ଅଧିକ ଓ ୫,୧୦,୨୪,୮୮୬ (ପ୍ରଥମ ଡୋଜ) ଓ ୩୧,୫୫,୪୧୮ (ଦ୍ୱିତୀୟ ଡୋଜ) ୪୫ରୁ ୬୦ ବର୍ଷ ବୟସ୍କ ହିତାଧିକାରୀ ସାମିଲ ଅଛନ୍ତି ।

ଦେଶରେ ଏପର୍ୟ୍ୟନ୍ତ ହୋଇଥିବା ଟୀକାକରଣରେ ୧୦ଟି ରାଜ୍ୟରେ ୬୭.୧୮% ଟୀକା ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛି । ଟୀକାକରଣ ଅଭିଯାନର ୧୦୩ ଦିନ (ଏପ୍ରିଲ ୨୮, ୨୦୨୧) ସୁଦ୍ଧା ୨୧,୯୩, ୨୮୧ ଟୀକା ଡୋଜ ପ୍ରଦାନ କରାଯାଇଛି । ୨୦,୯୪୪ ସେସନରେ ୧୨,୮୨,୧୩୫ ହିତାଧିକାରୀ ପ୍ରଥମ ଡୋଜ ଓ ୯,୧୧,୧୪୬ ହିତାଧିକାରୀ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି ।

jay balangir
Leave A Reply

Your email address will not be published.

two × 2 =