
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ନେଇ ଗଠିତ ବିଶ୍ୱକର୍ମା ମହାସଂଘର କାର୍ଯ୍ୟକାରୀ କମିଟିର ଏକ ବୈଠକ ଆମ୍ବପୁଆ ଠାରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସ୍ଥାୟୀ ସଭାପତି କାମରାଜୁ ମହାରଣାଙ୍କ ସଭାପତିତ୍ୱରେ ପରିଚାଳିତ ବୈଠକରେ ସମ୍ପାଦକ ଶ୍ରୀନିବାସ ମହାରଣା ପୁର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ ଏବଂ କୋଷାଧ୍ୟକ୍ଷ ଅଶୋକ କୁମାର ମହାରଣା ମହାସଙ୍ଘର ଆର୍ଥିକ ହିସାବ ଉପସ୍ଥାପନ କରିଥିଲେ । ଉଭୟ ବିବରଣୀ ଠିକ ଥିବାରୁ ତାହା ବୈଠକରେ ଗୃହୀତ କରାଯାଇଥିଲା । ଉପଦେଷ୍ଟା ସୁରେନ୍ଦ୍ର ମହାରଣା ମହାସଂଘର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରି ପରିବାର ସମାବେଶ ପାଇଁ ପ୍ରସ୍ତାବ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜୟ ଚନ୍ଦ୍ର ମହାରଣା, ଯଦୁମଣି ମହାରଣା, କେଦାରନାଥ ମହାରଣା, ପ୍ରଦୀପ କୁମାର ମହାରଣା, ଅନନ୍ତ ମହାରଣା, ବିଜୟ କୁମାର ମହାରଣା, ଚକ୍ରପାଣି ମହାରଣା, ଲଡ଼ୁ କିଶୋର ମହାରଣା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ମେଧାବୀ ବିଦ୍ୟାର୍ଥୀଙ୍କୁ କଳା, ସାହିତ୍ୟ, ସଂସ୍କୃତି, କାରିଗରୀ ସମାଜ ସେବା ପ୍ରଭୃତି କାର୍ଯ୍ୟକ୍ରମରେ ପାରଦର୍ଶିତା ଲାଭ କରିଥିବ ବିଶ୍ୱକର୍ମା ବଂଶଜଙ୍କୁ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।