jayashree

ପଦ୍ମପୁର ପୋଲିସ ପକ୍ଷରୁ ଜାତୀୟ ଏକତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ପଦ୍ମପୁର ମଡେଲ ପୋଲିସ ଷ୍ଟେସନ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ମାରାଥନ ଆୟୋଜିତ ହୋଇଥିଲା । ଏହି ଅବସରରେ ପଦ୍ମପୁର ଏସ୍‌ଡିପିଓ ପାଣ୍ଡବ ଶବର, ଆଇଆଇସି କ୍ରିସ ସାମରିଆ, ବିଡିଓ ମନୋଜ ଦେବତା, ସମାଜସେବୀ ନିରୋଜ ଦୋରା ଏବଂ ବସ୍ ମାଲିକ ସଂଘ ସଭାପତି ମନୋରଞ୍ଜନ ସିଂ ବରିହା , କୃଷକ ସଂଗଠନ ଉପଦେଷ୍ଟା ଅଜିତ କୁମାର ଶତପଥୀ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସନ୍ତୋଷ କୁମାର ମହାନ୍ତିଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବର୍ଗର ଲୋକେ ଉତ୍ସାହର ସହ ଯୋଗଦେଇଥିଲେ । ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ସହ ଜାତୀୟ ସଂହତିକୁ ସୁଦୃଢ଼ କରିବା ଏହି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ଅବସରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦେଶ ପ୍ରତି ଅବଦାନ ଓ ଅଖଣ୍ଡ ଭାରତ ଗଠନରେ ତାଙ୍କର ଅତୁଳନୀୟ ଭୂମିକାକୁ ସ୍ମରଣ କରାଯାଇଥିଲା । ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବା ସହ ନିଶା ମୁକ୍ତ ପଦ୍ମପୁର ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ପାଇଁ ସମସ୍ତଙ୍କୁ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ତବ ଶବର ନିବେଦନ କରିଥଲେ ।

Leave A Reply

Your email address will not be published.