
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଉଡମାଲ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ ଏହି ଦୁର୍ଘଟଣାରେ ଟ୍ରକ୍ର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନାନୁଯାୟୀ, ଶୁକ୍ରବାର ରାତି ୧୦ଟା ସମୟରେ ନୂଆପଡ଼ା ପଟୁ କେନ୍ଦୁପତ୍ର ବୋଝେଇ କରି ଏକ ଟ୍ରକ ପାଇକମାଲ ଅଭିମୁଖେ ଆସୁଥିଲା । ଏହି ସମୟରେ ଲଉଡମାଲ ନିକଟ ବିଜୁ ଏକ୍ସପ୍ରେସ ୱେରେ ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ଫଳରେ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଟ୍ରକ୍ରେ ଥିବା ଡ୍ରାଇଭର ଓ ହେଲପରଙ୍କ କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି । ତେବେ ବିଜୁ ଏକ୍ସପ୍ରେସ ୱେର ଏହି ଅଂଶରେ ମାଣ୍ଡୋସିଲରୁ ପାଇକମାଲ ଯାଏଁ ରାସ୍ତାର ଅବସ୍ଥାକୁ ନେଇ ଯାତାୟାତ କରୁଥିବା ଗାଡ଼ି ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତାର ତୁରନ୍ତ ମରାମତି ପାଇଁ ଦାବି ହେଉଛି ।