
ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ମୟୂରଭଞ୍ଜ (ପୂର୍ବ) କଂଗ୍ରେସ ସେବାଦଳ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଶିବିରକୁ ଉଦ୍ଘାଟନ କରିଥିବା ବେଳେ, ପିସିସି ସାଧାରଣ ସମ୍ପାଦକ ଅରବିନ୍ଦ ଦାସ, ପ୍ରଦେଶ କଂଗ୍ରେସ ବ୍ୟବସାୟ ସେଲ ଅଧ୍ୟକ୍ଷ ଯୋଗେଶ ଅଗ୍ରୱାଲ, ବାରିପଦା ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, ବାରିପଦା ବାର ଆସୋସିଏସନର ପୂର୍ବତନ ସଭାପତି ଭିଭୁ ପ୍ରସାଦ ଦାସ, କଂଗ୍ରେସ ଏସ୍ଟି ସେଲ ରାଜ୍ୟ ଉପସଭାପତି ଚୈତନ୍ୟ ହାଁସଦା, କଂଗ୍ରେସ ସେବାଦଳ ମୟୂରଭଞ୍ଜ ଜିଲ୍ଲା ଅଧ୍ୟକ୍ଷ ଦିଲୀପ ନାୟକ, କଂଗ୍ରେସ ଓବିସି ଜିଲ୍ଲା ଅଧ୍ୟକ୍ଷ ତାରାକାନ୍ତ ବେହେରା, କଂଗ୍ରେସ ଏସ୍ସି ସେଲ ଜିଲ୍ଲା ଅଧ୍ୟକ୍ଷ ସସ୍ମିତା ବେହେରା, ଏସ୍ସି ସେଲ ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟ ସେଠୀ, ଏସ୍ଟି ସେଲ ରାଜ୍ୟ ସାଧାରଣ ସମ୍ପାଦକ ଚୈତନ୍ୟ ମାଝୀ, ଛାତ୍ର କଂଗ୍ରେସ ସଭାପତି ମୋତି ପ୍ରକାଶ ଦାସ, ବାରିପଦା ଟାଉନ ସଭାପତି ଏସ୍.କେ. ଇକବାଲ, ଡିସିସି ଉପସଭାପତି ଶିବାନନ୍ଦ ଦାସ, ଡିସିସି ଉପସଭାପତି ଦୀପକ ଦାସ, ଡିସିସି ସାଧାରଣ ସମ୍ପାଦକ ବନମାଳୀ ବାରିକ, ମହିଳା କଂଗ୍ରେସ ନେତ୍ରୀ ଇତିଶ୍ରୀ ମିଶ୍ର, ଫରିଦା ତବସୁମ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବାରିପଦା ରକ୍ତ ଭଣ୍ଡାରର ଡାକ୍ତର ନର୍ସ ଏବଂ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିବା ବେଳେ ଶିବିରରେ ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବାର ଜଣାଯାଇଛି ।