jayashree

ନଅଗାଁ(ଖ)ରେ ‘କ୍ଷେତ ବଞ୍ଚାଅ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର ଏବଂ ପଲ୍ଲୀ ଆଲୋକ ପାଠାଗାରର ମିଳିତ ଆନୁକୂଲ୍ୟରେ ନଅଗାଁ(ଖ) ଠାରେ ‘କ୍ଷେତ ବଞ୍ଚାଅ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ଚନ୍ଦ୍ର ବିଶି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୃଷି ବିଭାଗର ଏଟିଏମ୍ ହରିହର ରାଜହଂସ ଚାଷଜମିର ସୁରକ୍ଷା ଓ ମୃତ୍ତିକାର ଉର୍ବରତା ବଜାୟ ରଖିବା ଉପରେ ବିସ୍ତୃତ ଭାବେ ବୁଝାଇଥିଲେ । ବିଶେଷକରି ରାସାୟନିକ ସାର ଓ କୀଟନାଶକ ଔଷଧର ବ୍ୟବହାର କମାଇ ଜୈବିକ ପଦ୍ଧତିରେ କିପରି ଚାଷ କରାଯାଇ ପାରିବ, ସେ ସମ୍ପର୍କରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ମୁଗ ଚାଷ ଓ ଢେଞ୍ଚା ଚାଷ ମାଧ୍ୟମରେ ମାଟିର ଉର୍ବରତା ବୃଦ୍ଧି, ସବୁଜ ସାର ପ୍ରସ୍ତୁତି ଏବଂ ରାସାୟନିକ କୀଟନାଶକର ଆବଶ୍ୟକତା ହ୍ରାସ କରି ପରିବେଶ ଅନୁକୂଳ ଚାଷ ପ୍ରଣାଳୀ ଆପଣାଇବା ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ନଅଗାଁ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଚାଷୀ ଯୋଗଦେଇ ଜୈବିକ ଚାଷ ପ୍ରଣାଳୀ ଓ ମୃତ୍ତିକା ସଂରକ୍ଷଣ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ପ୍ରହ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ସୁଶାନ୍ତ ସା ଓ ଆଶିଷ ବିଶ୍ୱାଳ ସହଯୋଗ କରିଥିଲେ ।

Leave A Reply

Your email address will not be published.