jayashree

୨୦୨୭ ମାଟ୍ରିକ୍ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ପୂରଣ : ନଭେମ୍ବର ୨ରୁ ୨୧ ଯାଏଁ ସୁଯୋଗ

ଭୁବନେଶ୍ୱର : ୨୦୨୭ ମସିହା ମାଟ୍ରିକ୍ ପରୀକ୍ଷାକୁ ନେଇ ଆରମ୍ଭ ହେବାକୁ ଯାଉଛି ପ୍ରସ୍ତୁତି । ହାଇସ୍କୁଲ ସାର୍ଟିଫିକେଟ୍ ବା ଦଶମ ଶ୍ରେଣୀ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ ନିମନ୍ତେ ତାରିଖ ଘୋଷଣା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ୨ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ବୋର୍ଡର ଅଫିସିଆଲ୍ ୱେବସାଇଟ୍‌ରେ ଅନ୍‌ଲାଇନ୍ ଲିଙ୍କ୍ ଉପଲବ୍ଧ କରାଯାଇଛି । ଦଶମ ଶ୍ରେଣୀର ନିୟମିତ ଛାତ୍ରଛାତ୍ରୀମାନେ ନିଜ ନିଜ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଫର୍ମ ପୂରଣ କରିପାରିବେ । ସେହିପରି ରେଗୁଲାର ଓ ଏକ୍ସ-ରେଗୁଲାର ପତ୍ର ବିନିମୟ ପାଠ୍ୟକ୍ରମର ପରୀକ୍ଷାର୍ଥୀମାନେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ଆସନ୍ତା ୨୦୨୭ ମାଟ୍ରିକ୍ ପରୀକ୍ଷାରେ ରାଜ୍ୟର ୯ ହଜାରରୁ ଅଧିକ ହାଇସ୍କୁଲର ପ୍ରାୟ ୫ ଲକ୍ଷ ୫୦ ହଜାରରୁ ଅଧିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାର ଆକଳନ କରାଯାଇଛି । ତେଣୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫର୍ମ ପୂରଣ କରିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.