
- ବୀରମହାରାଜପୁରରେ ସର୍ବାଧିକ ୧୨୯ ମି.ମି.
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲା ଜରୁରୀକାଳୀନ ଶାଖା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୨୮ ଅକ୍ଟୋବର ବୁଧବାର ସକାଳ ୮.୩୦ ମିନିଟ୍ରୁ ଆଜି ଗୁରୁବାର ସକାଳ ୮.୩୦ ମିନିଟ୍ ପର୍ଯ୍ୟନ୍ତ ଜିଲ୍ଲାରେ ହାରାହାରି ୮୬.୬୩ ମି.ମି. ବର୍ଷା ରେକର୍ଡ କରାଯାଇଛି । ସୋନପୁର ବ୍ଲକରେ ୬୩.୮ ମି.ମି., ବିନିକାରେ ୮୧.୦ ମି.ମି., ତରଭାରେ ୭୬.୦ ମି.ମି., ଡୁଙ୍ଗୁରିପାଲିରେ ୭୨.୦ ମି.ମି., ବୀରମହାରାଜପୁରରେ ୧୨୯.୦ ମି.ମି. ଏବଂ ଉଲୁଣ୍ଡାରେ ୯୮.୦ ମି.ମି. ବର୍ଷା ହୋଇଛି । ଜିଲ୍ଲାର ମୋଟ ବର୍ଷା ପରିମାଣ ୫୧୯.୮୦ ମି.ମି. ରହିଛି । ଏଥିମଧ୍ୟରୁ ବୀରମହାରାଜପୁର ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ସୋନପୁର ବ୍ଲକରେ ସବୁଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷ ଜମିରେ ପାଣି ଜମି ରହିଛି । କିଛି ସ୍ଥାନରେ ଧାନ ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି ।