
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ କଛାରପାଲି ସ୍ଥିତ ସାହୁପଡ଼ା ପ୍ରଗତି ଯୁବକ ସଂଘ ପକ୍ଷରୁ ଆୟୋଜିତ ୧୩ତମ ଗଜଲକ୍ଷ୍ମୀ ପୂଜାର ବୁଧବାର ଦିନ ଭସାଣି ଉତ୍ସବ ପାଳିତ ହୋଇଯାଇଛି । ଗତ ଶନିବାର ଦିନ କଳସ ଶୋଭାଯାତ୍ରା ସହ ପୂଜାରମ୍ଭ ହୋଇଥିବା ବେଳେ ରବିବାର ଦିନ ଏକ ଦିବସୀୟ ତୁଳସୀ ରାମାୟଣର ସୁନ୍ଦରାକାଣ୍ଡ ପଠନ ଅନୁଷ୍ଠିତ ହୋଇଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଛିନ୍ଦ୍ରାପାଲି ଗାଁର ଶ୍ରାବଣୀ ସାହୁ ପରାୟଣ ପଠନ କରିଥିବା ବେଳେ ରବିବାର ସନ୍ଧ୍ୟାରେ ପେଣ୍ଡାଲ ସାମ୍ନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାଁର ବହୁ ଶିଶୁ କଳାକାର ନୃତ୍ୟ ପରିବେଷଣ କରିଥିଲେ । ଚଳିତବର୍ଷ ପୂଜାରେ କର୍ତ୍ତା ଭାବରେ ପ୍ରହଲ୍ଲାଦ ସାହୁ ଓ ପଦ୍ମିନୀ ସାହୁ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବରେ ବାଳକୃଷ୍ଣ କର କାର୍ଯ୍ୟ ତୁଳାଇଥିଲେ । ପରିଚାଳନା କମିଟିର ସଭାପତି ଶ୍ୱେତବାହାନ ସାହୁ, ଉପସଭାପତି ମଦନ ସାହୁ, ସମ୍ପାଦକ ଶେଷଦେବ ମେର୍ଲ୍ଲୀ, ସହ ସଂପାଦକ ସୁନ୍ଦର ସାହୁ, କୋଷାଧ୍ୟକ୍ଷ ଶ୍ରୀନୁ ସାହୁ ଓ ସ୍ୱାଧୀନ ବସ୍ତିଆଙ୍କ ସହ ସମସ୍ତ କର୍ମକର୍ତ୍ତା ଏବଂ ପ୍ରଗତି ଯୁବକ ସଂଘର କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।