jayashree

ଦୁର୍ଘଟଣାଗ୍ରସ୍ତ ପରିବାରକୁ ମିଳିଲା କ୍ଷତିପୂରଣ

ବାରିପଦା, (ଦେବସ୍ମିତ ଚୌଧୁରୀ) : କେଉଁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁ ଗ୍ରାମର ମଙ୍ଗଳ ଚରଣ ନାୟକଙ୍କ ମୋଟର ଦୁର୍ଘଟଣାରେ ମୃତ୍ୟୁ ଘଟଣାର ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଆଦେଶ ଦେଇଛନ୍ତି କେଉଁଝର ଜିଲ୍ଲା ଜଜ୍‌ ଗୋକୁଳ ଚନ୍ଦ୍ର ବେହେରା । ୨୦୨୫ ଫେବୃଆରୀ ୧୫ ତାରିଖରେ OR-02-AV-4095 ନମ୍ବର ବିଶିଷ୍ଟ ମୋଟରସାଇକଲ ଧକ୍କାରେ ମଙ୍ଗଳ ଚରଣ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୧୬ ଲକ୍ଷ ଟଙ୍କାର ଦାବି ହୋଇଥିବାବେଳେ, ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ACKO ଇନ୍‌ସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ମାମଲାର ନମ୍ବର ହେଉଛି ମୋଟର ଦୁର୍ଘଟଣା କ୍ଷତିପୂରଣ କେସ୍‌ ନମ୍ବର ୪୭/୨୫ । ଏହି ମାମଲାକୁ ଆବେଦନକାରୀଙ୍କ ପକ୍ଷରୁ ଓକିଲ ସୀତାକାନ୍ତ ଦ୍ୱିବେଦୀ ଏବଂ ଇନ୍‌ସୁରାନ୍ସ କମ୍ପାନୀ ପକ୍ଷରୁ ଓକିଲ ବିଦ୍ୟୁତ କୁମାର ମହାନ୍ତି ଓ ବସନ୍ତ ମାଝି ପରିଚାଳନା କରୁଥିଲେ । ସେହିପରି, ଅନୁଗୁଳ ସଦର ଥାନା ଅନ୍ତର୍ଗତ ତୁବେୟା ଗ୍ରାମର ଜଗନ୍ନାଥ ବେହେରାଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ପରିବାରକୁ କ୍ଷତିପୂରଣ ପାଇଁ ଆଦେଶ ହୋଇଛି । ୨୦୨୪ ସେପ୍ଟେମ୍ବର ୧୨ ତାରିଖରେ OD-05-AY-6215 ନମ୍ବର ବିଶିଷ୍ଟ ହ୍ୟୁଣ୍ଡାଇ ଗ୍ରାଣ୍ଡ କାର ଧକ୍କାରେ ଜଗନ୍ନାଥ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୩୦ ଲକ୍ଷ ଟଙ୍କାର ଦାବି ହୋଇଥିବାବେଳେ, ୧୮ ଲକ୍ଷ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାହେଜା କ୍ୟୁବ୍‌ ଜେନେରାଲ ଇନ୍‌ସୁରାନ୍ସ କମ୍ପାନୀକୁ ଅନୁଗୁଳ ଜିଲ୍ଲା ଜଜ୍‌ ନିରଞ୍ଜନ ପଣ୍ଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ନମ୍ବର ହେଉଛି ମୋଟର ଦୁର୍ଘଟଣା କ୍ଷତିପୂରଣ କେସ୍‌ ନମ୍ବର ୮୦/୨୪ । ମାମଲାଟିକୁ ଆବେଦନକାରୀଙ୍କ ପକ୍ଷରୁ ଓକିଲ କୁବେର ସାହୁ ଏବଂ ଇନ୍‌ସୁରାନ୍ସ କମ୍ପାନୀ ପକ୍ଷରୁ ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ ।

Leave A Reply

Your email address will not be published.