
ବାରିପଦା, (ଦେବସ୍ମିତ ଚୌଧୁରୀ) : ସୋରରେ ଦୁର୍ଘଟଣା କ୍ଷତିପୂରଣ ମାମଲାରେ ପୀଡ଼ିତାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା ପ୍ରଦାନ ନିର୍ଦ୍ଦେଶ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନଦିଆଳି ଗ୍ରାମର ବାସନ୍ତୀ ବେହେରା ୨୦୨୫ ମାର୍ଚ୍ଚ ୩୦ ତାରିଖରେ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ଧକ୍କାରେ ଆହତ ହୋଇଥିଲେ । ଦୁର୍ଘଟଣାରେ ବ୍ୟବହୃତ ଗାଡ଼ିର ନମ୍ବର ଥିଲା OD01AB/3692 । ଏହି ଘଟଣାକୁ ନେଇ ଦାଏର ଦୁର୍ଘଟଣା କ୍ଷତିପୂରଣ ମାମଲା ନମ୍ବର ୧୪୦/୨୦୨୫ର ଶୁଣାଣି କରି ବାଲେଶ୍ୱର ଜିଲ୍ଲା ଜଜ୍ ସତ୍ୟନାରାୟଣ ମିଶ୍ର ସମ୍ପୃକ୍ତ ଇନ୍ସୁରାନ୍ସ କମ୍ପାନୀକୁ ବାସନ୍ତୀ ବେହେରାଙ୍କୁ ୧ ଲକ୍ଷ ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଆଦେଶ ଦେଇଛନ୍ତି । ମାମଲାଟିକୁ ପୀଡ଼ିତାଙ୍କ ପକ୍ଷରୁ ଓକିଲ ପିତବାସ ବେଦି ଏବଂ ଇନ୍ସୁରାନ୍ସ କମ୍ପାନୀ ପକ୍ଷରୁ ଓକିଲ ବିଦ୍ୟୁତ କୁମାର ମହାନ୍ତି ପରିଚାଳନା କରୁଥିଲେ । ଇନ୍ସୁରାନ୍ସ କମ୍ପାନୀର ଇଷ୍ଟ ଜୋନ୍ ପରିଚାଳନାରେ ସଜିତ ରାୟଙ୍କ ଭୂମିକା ରହିଥିଲା ।