
ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୬ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅର୍ଜୁନ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ୱ ତଥା କାର୍ଯ୍ୟକାରୀ ସଭାପତି ନଟବର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ଏସ୍ପି ଅଫିସର ସଂଘର ସଭାପତି ଇଂ ଅବକାଶ ବେହେରା ମୁଖ୍ୟଅତିଥି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ ଅନୁଷ୍ଠାନର ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ସମ୍ମାନିତ ଅତିଥି ଓ ଏନ୍ଆଇଟିର ପ୍ରଫେସର ସୁଜିତ ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ପତ୍ତି, ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଇଂ ବେହେରା ତାଙ୍କ ବକ୍ତବ୍ୟରେ ଅନୁଷ୍ଠାନର ମଧ୍ୟରେ ଐକ୍ୟବଦ୍ଧତା, ଭାଇଚାରା, ସାଂଗଠନିକ ଦକ୍ଷତା, କର୍ମ ପ୍ରତି ପ୍ରତିବଦ୍ଧତା ସହ ସମସ୍ତଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ରାଉତ ଅନୁଷ୍ଠାନକୁ ଗଢ଼ିଥିବା ଦିବଙ୍ଗତ ହଜାରୀ ବେହେରା, ଅର୍ଜୁନ ଚରଣ ବେହେରା, ଗନ୍ଧର୍ବ ବେହେରାଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ଅବଦାନ, ୨୦୧୩ରେ ହୋଇଥିବା ଐତିହାସିକ ମହାସମାବେଶ ଓ ନିକଟ ଅତୀତରେ ହୋଇଥିବା ରାଜ୍ୟ ସ୍ତରୀୟ ସମାବେଶ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ବେହେରା ତାଙ୍କ ବକ୍ତବ୍ୟରେ ୩ଟି କଥା ଯଥା ଶିକ୍ଷା, ସମାଜ ପାଇଁ ଏକତା ଓ ଯୁବସମାଜକୁ ସଶକ୍ତିକରଣ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସ୍ୱାଗତ ଭାଷଣ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରା ଅନୁଷ୍ଠାନ ୨୦୦୧ରେ ପ୍ରତିଷ୍ଠା ହେବା ତଥା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ସମାଜକୁ ବଳିଷ୍ଠ କରିବା ପାଇଁ ଐକ୍ୟବଦ୍ଧତାକୁ ଗୁରୁତ୍ୱାରୋପ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରିଚାଳନାରେ ବିବେକାନନ୍ଦ ସାହୁ, ବନ୍ଧୁଆ ବେହେରା, ଅର୍ଜୁନ ବେହେରା, ମନୋରଞ୍ଜନ ବେହେରା, ମାୟାଧରଙ୍କ ସମେତ ପବିତ୍ର ମୋହନ ବେହେରା, ମନମୋହନ ବେହେରା, କୈଳାଶ ଦଳେଇ, ରବିନ୍ଦ୍ର ବେହେରା, ବିଜୟ ବେହେରା, ପ୍ରଭାକର ବେହେରା, ପ୍ରସନ୍ନ ସାମଲ, ନିତ୍ୟାନନ୍ଦ ବେହେରା, ବ୍ରଜେନ୍ଦ୍ର ତରାଇ, ଅରୁଣ ମହାଳିକ, ବୈରାଗୀ ବେହେରା, ଦେବେନ୍ଦ୍ରନାଥ ବେହେରା, ରଣେନ୍ଦ୍ର ବେହେରା, ବି ଲେଙ୍କା, ପ୍ରମୋଦ ବେହେରା, ଜି ବେହେରା, ଜି ବି ତରାଇ, ବି ମାଝୀ, କେ ସି ବେହେରା, ଏଚ କେ ବେହେରା, ଆର ଏନ ବେହେରା ପ୍ରମୁଖ କୈବର୍ତ୍ତ ସମାଜର ଭାଇମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।