ପିତୃମାତୃ ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚଳିତ ଶିକ୍ଷା ବର୍ଷର ଚତୁର୍ଥ ପିଟିଏମ୍ ଅସ୍ଥାୟୀ ସଭାପତି ପିଙ୍କି ତନ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବୈଠକର ଏଜେଣ୍ଡା ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏଥିରେ ୬୬ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ବିଦ୍ୟାଳୟ ଚତୁଃପାର୍ଶ୍ଵରେ ସ୍ଥାୟୀ ବାଡ ସଂପୂର୍ଣ୍ଣ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଭିଭାବକ ମାନେ ଗଠନ ମୂଳକ ପ୍ରସ୍ତାବ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଓ ରଞ୍ଜିତା ନାଗ, ବିନ୍ଦୁ ମାହାଣା, ଆକାଂକ୍ଷା ରାଣୀ ଯୋଶୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.