ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ସ୍ଥିତ ଶ୍ରମଶକ୍ତି ମହାବିଦ୍ୟାଳୟରେ ନାରୀ ସୁରକ୍ଷା ସମ୍ପର୍କିତ ସଚେତନତା ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବନ ବିଭାଗର ବନାଞ୍ଚଳ ଅଧିକାରୀ ସୁଦେଷ୍ଣା ଶୁଭଦର୍ଶିନୀ ଅତିଥି ଭାବେ ଯୋଗଦେଇ ମହିଳା ସୁରକ୍ଷା, ଆତ୍ମରକ୍ଷା କୌଶଳ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ସଚେତନତା ତଥା ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକା ଛାତ୍ରୀମାନେ ଯୋଗଦେଇ ଏହି କୌଶଳକୁ ଆପଣାଇବା ପାଇଁ ଆହ୍ୱାନ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ସିଂ ତାଙ୍କ ବକ୍ତବ୍ୟରେ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲାବେଳେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ଆତ୍ମରକ୍ଷା ପ୍ରଶିକ୍ଷଣର ପରିଚାଳିକା ଦାୟିତ୍ଵରେ ଥିବା ଅଧ୍ୟାପିକା ରେଣୁ ଅଞ୍ଜଳି କିରୋ । ଏହି ଅବସରରେ ଛାତ୍ରୀ ଆଶା ମାଝିଙ୍କୁ ପ୍ରଶିକ୍ଷକ ଭାବେ ଘୋଷଣା କରାଯାଇଥିଲା । ଶେଷରେ ଅଧ୍ୟାପିକା ସୁପ୍ରଭା ଧଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ ।
Prev Post