ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମାଧିଆପାଲି ପଂଚାୟତରେ ମାହେଶ୍ୱରୀ ସଂଗଠନ, ବଲାଙ୍ଗିର ପକ୍ଷରୁ ଏକ ନୂତନ ପଂଚାୟତ ଶାଖା ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ସଂଗଠନର ପଂଚାୟତ ସ୍ତରୀୟ ଗଠନକୁ ଆହୁରି ସକ୍ରିୟ କରିବା ସହ ସାମାଜିକ ସେବା କାର୍ଯ୍ୟକୁ ଗାଁ ଗାଁ ଯାଏ ପହଂଚାଇବା ପାଇଁ ଏହି ଶାଖା ଗଠନ କରାଯାଇଛି । ଶାଖା ଶୁଭାରମ୍ଭ ସମୟରେ ମାଧିଆପାଲି ପଂଚାୟତ ସଯୋଜକ ଭାବେ ସୂର୍ଯ୍ୟକାନ୍ତ ନାଏକ ଏବଂ ସହ-ସଂଯୋଜକ ଭାବେ ସମୀର କୁମାର ପଟେଲଙ୍କୁ ଦାୟିତ୍ୱ ଦିଆଯାଇଥିଲା । ମାହେଶ୍ୱରୀ ମାଧିଆପାଲି ପଂଚାୟତ ଉପଦେଷ୍ଟା ସୁରଜ କୁମାର ପଟେଲ ଏବଂ ଉପସ୍ଥିତ ସଦସ୍ୟ ଓ କାର୍ଯ୍ୟକର୍ତ୍ତାମାନେ ଏହି ଶାଖାକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆଶ୍ୱାସନା ଦେଇଥିଲେ । ଶାଖା ଗଠନ ସହିତ ପଂଚାୟତରେ ଆଗାମୀ ଦିନରେ ରକ୍ତଦାନ ସଚେତନତା, ଜନସେବା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଶିବିର, ସଫେଇ ଅଭିଯାନ, ବୃକ୍ଷରୋପଣ ଏବଂ ଯୁବ ସଶକ୍ତିକରଣ ଭଳି କାର୍ଯ୍ୟକୁ ନିୟମିତ ଭାବେ କରାଯିବ ବୋଲି ସଂକଳ୍ପ ଗ୍ରହଣ କରାଯାଇଥିଲା । ସଭାର ସେଷରେ ସଦସ୍ୟ ଏକତା ଓ ଶୃଙ୍ଖଳାର ସହିତ କାମ କରିବା ସହ ସେବା ପରମୋଧର୍ମ ବାକ୍ୟକୁ ଆଧାର କରି ମାଧିଆପାଲି ପଂଚାୟତରେ ମାହେଶ୍ୱରୀ ସଂଗଠନର ଶାଖାକୁ ଦୃଢ ଭାବେ ଆଗକୁ ନେବା ପାଇଁ ମାହେଶ୍ୱରୀ ସଂଗଠନ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ପ୍ରତିଶୃତି ଦେଇଥିଲେ । ଏହି ସଭାରେ ମାହେଶ୍ୱରୀର ସଭାପତି ଶୋଭନ କୁମାର ଅଗ୍ରୱାଲ, ସୋମେଶ ମିଶ୍ର, କରନ୍ ବେହେରା ସହଯୋଗ କରିଥିଲେ ।