csstore

ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଦୁଇଟି ଭେଣ୍ଟିଲେଟର୍ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜଗଦାସ୍ଥିତ ସିଡବ୍ଲ୍ୟୁଏସ୍ ହସ୍ପିଟାଲକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଭୁବନେଶ୍ୱର ସର୍କଲ୍ ପକ୍ଷରୁ କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନ୍ତର୍ଗତ ମାଧ୍ୟମରେ ଦୁଇଟି ମ୍ୟାଗ୍ନେଟ୍ ସର୍ଭୋ-ସି-ଭେଣ୍ଟିଲେଟର ପ୍ରଦାନ କରାଯାଇଛି । ମ୍ୟାଗ୍ନେଟ୍ ସର୍ଭୋ-ସି-ଭେଣ୍ଟିଲେଟର ହେଉଛି ସଦ୍ୟ ଜନ୍ମିତ ଶିଶୁ, ଶିଶୁ ଏବଂ ବୟସ୍କ ରୋଗୀଙ୍କ ପାଇଁ ଡିଜାଇନ୍ କରାଯାଇଥିବା ଏକ ଉନ୍ନତ କ୍ରିଟିକାଲ୍ କେୟାର୍ ଭେଣ୍ଟିଲେଟର । ଭେଣ୍ଟିଲେଟରଗୁଡ଼ିକ ହସ୍ପିଟାଲର ନୂତନ ଆଇସିୟୁ ୱିଙ୍ଗରେ ସ୍ଥାପିତ କରାଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଏ. ଡି. ରତ୍ନ ତେଜା, ସିଡବ୍ଲ୍ୟୁଏସ୍ ହସ୍ପିଟାଲର ନୂତନ ଆଇସିୟୁ ୱିଙ୍ଗର ନିର୍ଦ୍ଦେଶକ ଫାଦର ବେନିଚାନ୍ କେ. ପିଟରଙ୍କୁ ଭେଣ୍ଟିଲେଟରଗୁଡ଼ିକ ହସ୍ତାନ୍ତର କରିଥିଲେ । ଏହି ଅବସରରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ସମ୍ବଲପୁର ମଡ୍ୟୁଲ ଡିଜିଏମ୍ ସଞ୍ଜୟ କୁମାର ଝା ଏବଂ ରାଉରକେଲା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଆଞ୍ଚଳିକ ପରିଚାଳକ ଅସିମ କୁମାର ଘୋଷ ପ୍ରମୁଖଙ୍କ ସମେତ ସିଡବ୍ଲ୍ୟୁଏସ୍ ହସ୍ପିଟାଲର ବରିଷ୍ଠ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.