csstore

ଉତ୍କଳ କଳାକାର ଏକାଡେମୀର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀର ସୁନ୍ଦରଗଡ ଶାଖା ତରଫରୁ ବିଭିନ୍ନ ପ୍ରତିଯୋଗିତା ବେଦବ୍ୟାସ ସ୍ଥିତ ବେଦବ୍ୟାସ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦିପ୍ତୀ ସୁନ୍ଦରାୟଙ୍କ ସଭାପତିତ୍ୱରେ ଓ ସମ୍ପାଦିକା ଶୁଭଶ୍ରୀ ସ୍ୱାଇଁଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଶଶଧର ପଣ୍ଡା ମୁଖ୍ୟଅତିଥି, ସମ୍ମାନୀତ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ, ସଂସ୍କୃତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାସ ପ୍ରମୁଖ ଓ ଅନ୍ୟତମ ଅତିଥି ଭାବେ ସୁସ୍ମିତା ମହାପାତ୍ର, ପ୍ରଜ୍ଞା ପରମିତା ଦାସ, ଲୀନା ତ୍ରିପାଠୀ, ପ୍ରଫୁଲ୍ଲ ବାଇଁ, ନିଶି ନନ୍ଦ, ମୀନକେତନ ମହାନ୍ତି ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟୀତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହା ଏକ ସଫଳ ଉଦ୍ୟମ ବୋଲି ମତ ରଖିଥିଲେ । ଗୁରୁକୂଳ ଆଶ୍ରମ, ବେଦବ୍ୟାସ ଉଚ୍ଚ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ସଂଗୀତ, ନୃତ୍ୟ, ଚିତ୍ରାଙ୍କନ, ଡ୍ରାମା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବିଚାରକ ଭାବେ ନିଶିପଦ୍ମା ନନ୍ଦ, ଗରିମା ପତ୍ରୀ, ମୀନକେତନ ମହାନ୍ତି, ସୁରେନ୍ଦ୍ର ପାଢ଼ୀ ପ୍ରମୁଖ ପ୍ରତିଯୋଗିତାର ମୂଲ୍ୟାୟନ କରିଥିଲେ । ସେହିପରି କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏକାଡେମୀର ହରମୋହନ ମିଶ୍ର, ସୁରେନ୍ଦ୍ର ପାଢ଼ୀ, ସୁରେନ୍ଦ୍ର ପତ୍ରୀ, ପ୍ରିୟଙ୍କା ପାଣି, ସୁରେଶ ନନ୍ଦ, ସୁଶାନ୍ତ ନାୟକ, ପୁଷ୍ପଲତା ବିଶୋଇ, କୁଞ୍ଜବିହାରୀ ରାଉତ ଓ ବିଦ୍ୟାଳୟର ମଞ୍ଜୁବାଳା ତ୍ରିପାଠୀ, ସୁଶାନ୍ତ କୁମାର ପାଢ଼ୀ, ଗିରିଶ ଚନ୍ଦ୍ର ପଣ୍ଡା, ଶଶଧର ସାହୁ, ସୁପ୍ରିୟା ମହାରଣା, ସୁବାସ ଚନ୍ଦ୍ର ସାହୁ, ସୀତା ନାଗ୍, ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.