csstore

ହିନ୍ଦ୍‌ ମଜଦୁର ସଭାପତି ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରଲୋକରେ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା କେବଳ ନୁହେଁ ସାରା ଦେଶର ଅନ୍ୟତମ ସଂଗ୍ରାମୀ ସମାଜବାଦୀ ସଙ୍ଗଠକ, ଚିନ୍ତକ, ପ୍ରଖ୍ୟାତ ଶ୍ରମିକ ନେତା ତଥା ହିନ୍ଦ ମଜଦୁର ସଭାର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ରଙ୍କ ଶୁକ୍ରବାର ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ରେଭେନ୍ସା ମହାବିଦ୍ୟାଳୟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟର ତକ୍ରାଳୀନ ଦୁର୍ବାର ଛାତ୍ରନେତା ଭାବେ ସେ ପରିଚିତ ଥିଲେ । ସରକାରୀ କଲେଜର ଅଧ୍ୟାପକ ଚାକିରି ଛାଡି ସମାଜବାଦୀ ଆନ୍ଦୋଳନରେ ନିଜକୁ ସମର୍ପି ଦେଇଥିଲେ । ଜଣେ ସ୍ପଷ୍ଟବାଦୀ ରାଜନେତା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ସେ ହିନ୍ଦ୍‌ ମଜଦୁର ସଭାପତି ରାଜ୍ୟ ସଭାପତି ଭାବେ ବହୁ ଦିନ କାର୍ଯ୍ୟ କରି ଆସୁଥିଲେ । ବିଜୁ ପଟ୍ଟନାୟକ, ବିଶ୍ୱନାଥ ପଣ୍ଡିତ ଏବଂ ଅଶୋକ ଦାସଙ୍କ ସହ ଅତି ଘନିଷ୍ଠ ସମ୍ପର୍କ ସହ ସେମାନଙ୍କ ସହ କାର୍ଯ୍ୟ କରୁଥିଲେ । ବିଶ୍ୱନାଥ ପଣ୍ଡିତଙ୍କ ବିୟୋଗ ପରେ ପାତ୍ର ତାଙ୍କ ଦ୍ୱାରା ଗଠିତ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ, ମେହେନ୍ତର ସଂଘ ଭଳି ବିଭିନ୍ନ ଶ୍ରମିକ ସଂଗଠନର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଜରୁରୀ କାଳୀନ ପରିସ୍ଥିତି ବେଳେ ଦୀର୍ଘ ସମୟ କାରାବରଣ କରିଥିଲେ । ତାଙ୍କର ଶ୍ରମିକ ସମାଜର ଅପୂରଣୀୟ କ୍ଷତି ଘଟିଲା ବୋଲି ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ପ୍ରକାଶ କରିବା ସହ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

jayashree
Leave A Reply

Your email address will not be published.