jayashree

ସୋନପୁର ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଟାଉନହଲ୍ ଠାରେ ସୋନପୁର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ସୁବ୍ରତ କୁମାର ପୁରୋହିତ, ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ, ଉଲୁଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କର୍ଯ୍ୟକ୍ରମରେ ସୋନପୁର ବ୍ଲକ ସମସ୍ତ ଗ୍ରାମ ପଞ୍ଚାୟତରୁ ୪୦୦ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣିପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମା’ମାନେ ଅଂଶ ଗ୍ରହଣ କରିଥିଲେ । ଏତତ୍ ବ୍ୟତୀତ ଉତ୍ସାହୀ ଜନସାଧାରଣ, ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା, ସରପଞ୍ଚ, ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ ଏବଂ ସହାୟକ କର୍ମଚାରୀ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ମେଳା ଓ ପ୍ରଦର୍ଶନୀକୁ ଫିତା କାଟି ଉଦ୍‌ଘାଟନ କରିଥିଲେ । ଡାକ୍ତର ସୁନାକର ସାମଲ, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ସୋନପୁରଙ୍କ ଆବାହକତ୍ଵ ଓ ତ୍ରିଲୋଚନ ସେଠୀ, ମତ୍ସ୍ୟ ସହ ଅଧିକାରୀଙ୍କ ଆବାହକତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଯୋଗଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ସୋନପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରତୀକ କର ଉକ୍ତ ସଭାରେ ସଭାପତିତ୍ଵ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ସାନନ୍ଦ ମେହେର, ରାଧାକାନ୍ତ ମହାକୁର, ପ୍ରତାପ ଦାସ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟବକ୍ତା ଭାବରେ ଡାକ୍ତର ବିରୂପାକ୍ଷ ନାୟକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ତ୍ରିଲୋଚନ ସେଠୀ, ଏଫ୍‌ଓ ଧନ୍ୟବାଦ୍ ପ୍ରଦାନ କରିଥିଲେ । ଏହି ଅବସରରେ ଦୁଇ ଜଣ ପ୍ରାଣୀ ପାଳକ ଓ ଜଣେ ମତ୍ସ୍ୟ ଚାଷୀଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ପାଞ୍ଚଜଣ ମତ୍ସ୍ୟ ଓ ପ୍ରାଣସମ୍ପଦ ବିଭାଗର ଚାଷୀଙ୍କୁ ସବସିଡି ପ୍ରଦାନ କରାଯାଇଥିଲା । ଚାରି ଜଣ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଚାଷୀଙ୍କୁ ତାଙ୍କର ଅନୁଭୂତି ବର୍ଣ୍ଣନା ପାଇଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିିତ୍ସାଧିକାରୀ ଡ଼ା. ଶଙ୍କର୍ଷଣ ମାହୁନ୍ତ ଓ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ସୋନପୁର ଡ଼ା. ପ୍ରଣବ କିଶୋର ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଚାଷୀ-ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସୋନପୁର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପିଏମଶ୍ରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦଳଗତ ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଡ଼ା. ସୁନାକର ସାମଲ, ଉପ ନିର୍ଦ୍ଦେଶକ, ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ, ଡା. ନିବେଦିତା ସାହୁ, ପ୍ରାଣୀ ଚିକିତ୍ସକ ଡ଼ା. କୁମାର ସୁଜ୍ଞାନ, ପ୍ରାଣୀ ଚିକିତ୍ସକ ଉକ୍ତ ମେଳାକୁ ଆୟୋଜନ କରିଥିଲେ । ସୁଚାରୁ ରୂପେ ଆୟୋଜନରେ ସହଯୋଗ କରିଥିଲେ ଡ଼ା. ଝସକେତନ ପଶାୟତ, ଡ଼ା. ଅରୁଣ ସାହୁ, ଡ଼ା.ଆକାଶ ଦେବତା, ଡା.ଆକାଶ କୁମାର ସାହୁ, ଡ଼ା. ସଂଜୀବନୀ ବୁଡେକ୍, ଡ଼ା. ମିନାଭେଲି ରମ୍ୟା ଆଦି ପ୍ରାଣୀ ଚିକିତ୍ସକ ଓ ଲଳିତ ମେହେର, ସୁରେଶ ମଲ୍ଲିକ, ଉଦୟ ଚନ୍ଦ୍ର ପାତ୍ର, ଅଶ୍ୱିନୀ କୁମାର ପୁରୋହିତ, ପ୍ରଦୀପ ନାଏକ, ଦିଲ୍ଲୀପ ମହାକୁର ଆଦି ପ୍ରାଣୀଧନ କର୍ମଚାରୀ ।

Leave A Reply

Your email address will not be published.