ପୁଲିସର ରାତିଅଧିଆ ଚଢ଼ଉ : ୫ ଅଟକ

ଭୁବନେଶ୍ୱର : ବସ୍ତି ଅଞ୍ଚଳକୁ ଅପରାଧୀମୁକ୍ତ କରିବା ଲାଗି କମିସନରେଟ ପୁଲିସ ଆରମ୍ଭ କରିଛି ବସ୍ତି ଅଭିଯାନ । ବସ୍ତିବାସିନ୍ଦା ଏବଂ ସ୍ଥାନୀୟ ପୁଲିସ ମଧ୍ୟରେ ସୁସମ୍ପର୍କ ଗଢିବା ପାଇଁ ଏକ ନୂଆ ଅଭିଯାନ ଆରମ୍ଭ ହୋଇଥିଲେ ହେଁ ଅପରାଧିଙ୍କ କାର୍ଯ୍ୟକଳାପ ପୁଲିସର ନିଦ ହଜାଇ ଦେଇଛି । ଅପରାଧୀଙ୍କୁ ଧରିବା ଲାଗି ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଏକାଧିକ ବସ୍ତିରେ ଚଢଉ କରି ୫ଜଣଙ୍କୁ ଅଟକ ରଖିଛି । ଗତ କିଛିଦିନ ମଧ୍ୟରେ ଛିନତାଇ, ଲୁଟପାଟ, ଚୋରି, ରାହାଜାନି ଆଦି ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ବଢି ଚାଲିଥିଲା । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଫେରାର ହୋଇଯାଉଥିଲେ । ଅପରାଧୀଙ୍କୁ ଧରିବା ଲାଗି ଚନ୍ଦ୍ରଶେଖରପୁର ଥାନା ପୁଲିସ ଏହି ଅଭିଯାନ ଆରମ୍ଭ କରିଛି ।

Leave A Reply

Your email address will not be published.