ସଫେଇ କର୍ମଚାରୀଙ୍କ ଟଙ୍କା ଦେବ ଠିକାଦାର ସୁରେନ୍ଦ୍ର ବାରିକ : ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେଲେ ସଫେଇ କର୍ମଚାରୀ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀମାନଙ୍କ ଏକ ବର୍ଷର ଇପିଏଫ୍ ଟଙ୍କା ପୁରୁଣା ଠିକାଦାର ସୁରେନ୍ଦ୍ର ବାରିକ ଦେଇ ନ ଥିବାରୁ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ ପହଞ୍ଚି ବୁଝାସୁଝା କରିବା ପରେ ବି ମାନୁ ନଥିଲେ କର୍ମଚାରୀ । ପୌରପରିଷଦ କାର୍ଯ୍ୟାଳୟରୁ ସମସ୍ତ ସଫେଇ କର୍ମଚାରୀ ବାହାରି ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ । ଏହି ସଂକ୍ରାନ୍ତରେ ପୁରୁଣା ଠିକାଦାରଙ୍କୁ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ ଓ ପୌର ନିର୍ବାହୀ ଅଧିକାରୀ କହିବାରୁ ସେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସମସ୍ତ କର୍ମଚାରୀଙ୍କ ଟଙ୍କା ଦେଇଦେବି ବୋଲି କହିବାରୁ ପୁଣି କାର୍ଯ୍ୟରେ ଯୋଗଦାନ କରିଛନ୍ତି ସଫେଇ କର୍ମଚାରୀ । ଏ ବିଷୟରେ ସଫେଇ କର୍ମଚାରୀମାନେ ଆମ ପ୍ରତିନିଧିଙ୍କୁ ଡାକି ଆମର ଇପିଏଫ୍ ଟଙ୍କା ମିଳିବା ପାଇଁ ଉଦ୍ୟମ କରିଥିବାରୁ ଉଭୟଙ୍କୁ ଧନ୍ୟବାଦ୍ ଜ୍ଞାପନ କରୁଛୁ ବୋଲି କହିଛନ୍ତି ।