pr

ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ପରିଷଦ ବୈଠକ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭାର ସାଧାରଣ ପରିଷଦ ବୈଠକ ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଶିବ ଶଙ୍କର ଖୁଆସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ର ଗତ ଅଧିବେଶନର ବିବରଣୀ ପାଠ କରିଥିଲେ ଏବଂ କୋଷାଧ୍ୟକ୍ଷ ପର୍ଶୁରାମ ନାୟକ ଆୟବ୍ୟୟର ହିସାବ ଦାଖଲ କରିଥିଲେ । ବରିଷ୍ଠ ଉପଦେଷ୍ଟା ନୀଳମଣି ମିଶ୍ର ତଥା ପର୍ଶୁରାମ ବାହିନି ରାଜ୍ୟ ଉପସଭାପତି ନରେନ୍ଦ୍ର ଆଚାର୍ଯ୍ୟ ଶକ୍ତି ବାହାନି ମୁଖ୍ୟ କସ୍ତୁରୀ ରଥଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଚାଲିଥିଲା । ଆସନ୍ତା ସେପ୍ଟେମ୍ବର ମାସରେ ବାମନ ଜୟନ୍ତୀ ତଥା ସମୁହ ତିଳତର୍ପଣ ଆୟୋଜିତ ହେବାକୁ ଥିବା ପଣ୍ଡିତ କିଶୋ କୁମାର ମିଶ୍ର, ଗୋକୁଳାନନ୍ଦ ମିଶ୍ର, ସନ୍ତୋଷ କୁମାର ଶତପଥି, ଶିବ ଶଙ୍କର ଖୁଆସ ପ୍ରଭୃତିଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଆସନ୍ତା ଅକ୍ଟୋବର ମାସରେ ବର୍ତ୍ତମାନର କାର୍ଯ୍ୟକାରି କମିଟିର କାର୍ଯ୍ୟକାଳ ପୁରି ଯାଉଥିବାରୁ ବ୍ରାହ୍ମଣ ମହାସଭାର ଚିରାଚରିତ ପ୍ରଥା ମୁତାବକ ନୂତନ ମିଟି ଗଠନ ପାଇଁ ପଦକ୍ଷେପ ନେବା ପାଇଁ ମୁଖ୍ୟ ଉପଦେଷ୍ଟା ନିଳମଣି ମିଶ୍ରଙ୍କୁ ଅନୁରୋଧ କରାଗଲା । ନୁଆଁଖାଇ ଭେଟ ଘାଟ ଉପଲକ୍ଷେ ସଂପାଦକ, ଶକ୍ତିବାହିନୀ, ପର୍ଶୁରାମ ବାହିନୀଙ୍କୁ ତଥା ସମାଜ ସେବି ସୋମନାଥ ମିଶ୍ରଙ୍କୁ ଅନୁରୋଧ କରାଗଲା । ଆଗାମୀ ନୂଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାସମାରୋହରେ କରିବା ପାଇଁ ସ୍ଥିର କରାଗଲା । ଶେଷରେ ସଂପାଦକ ଶ୍ରୀ ମିଶ୍ର ଉପସ୍ଥିତ ସମସ୍ତ ସଭ୍ୟ ତଥା ସଭାପତିଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଂଗ ହେଲା । ଉପରୋକ୍ତ ସଭାରେ ବ୍ରାହ୍ମଣ ମହାସଭାର ମଧୁସୁଦନ ନାୟକ, ଅଶୋକ କୁମାର ପାଣ୍ଡିଆ, ଉପଦେଷ୍ଟା ନିଳମଣି ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ଶକ୍ତିବାହିନୀ ମୁଖ୍ୟ କସ୍ତୁରୀ ରଥ, ଟାଉନ ସଭାପତି ନରେନ୍ଦ୍ର ଆଚାର୍ଯ୍ୟ, ସଂପାଦକ ସଂକିର୍ତ୍ତନ ତ୍ରିପାଠି, ସଂଗଠନ ସଂପାଦକ କିଶୋର କୁମାର ପୁରୋହିତ, କୁମୁଦିନି ମିଶ୍ର, ନିହାରିକା ମିଶ୍ର, ଗିରିଶ ଚନ୍ଦ୍ର ପଣ୍ଡା, ଜଗଦିଶ ପ୍ରସାଦ ନାଥ, ପଦ୍ମନେତ୍ର ଗୁରୁ, ପ୍ରଦୀପ ଖମାରି, ଆଶୁତୋଷ ମିଶ୍ର, ଲୋକନାଥ ନେପାକ, ରାଜଶ୍ରୀ ତ୍ରିପାଠୀ, ଦିବାକର ହୋତା, ମନୋରଂଜନ ପୁରୋହିତ, ସୋମନାଥ ମିଶ୍ର, ସର୍ଜନ ଆଚାର୍ଯ୍ୟ, ରାକେଶ ପଣ୍ଡା, ଶିର୍ଦ୍ଦେଶ୍ୱର ପାଣିଗ୍ରାହୀ, ବିଧୂଭୂଷଣ ତ୍ରିପାଠିି, ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଶୁଭେନ୍ଦ୍ର ନେପାକ, ଯୋଗେଶ୍ୱର ପଣ୍ଡା, ସୁବ୍ରତ ରଞ୍ଜନ ମିଶ୍ର, ନିଳାଚଳ ହୋତା, ସୁରେଶ ମିଶ୍ର, ରଞ୍ଜିତ ପ୍ରଧାନ, ମୁକେଶ ପ୍ରଧାନ, ରଞ୍ଜିତା ପାଣିଗ୍ରାହୀ ସମେତ ଅନେକ ସଭ୍ୟ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.