ତିନିମାସ ବିତିଯାଇଥିଲେ ସୁଦ୍ଧା ଦୋକାନୀ ମାନଙ୍କୁ ଅଣଦେଖା କରିଛି ପ୍ରଶାସନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ରାସ୍ତାଘାଟରୁ ଦୋକାନ ସମ୍ପୂର୍ଣ୍ଣ ନିର୍ମୁଳ କରାଯାଇଛି । ପୂର୍ତ୍ତ ବିଭାଗର ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଜବରଦଖଲକାରୀଙ୍କୁ ଗତ ଏପ୍ରିଲ ମାସରୁ ଜେସିବି ସାହାଯ୍ୟରେ ଉଚ୍ଛେଦ କରି ଗରିବ ପରିବାରଙ୍କ ଜୀବିକା ଉଜାଡି ଦେଇଛି । ଏନେଇ ଦୀର୍ଘ ସମୟ ଧରି ପ୍ରବଳ ହଟ୍ଟଗୋଳ ହୋଇଥିଲା । ଦୋକାନୀମାନେ ପ୍ରଶାସନ ଠୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କେହି ଗରିବଙ୍କ କଥା ଶୁଣିନଥିଲେ । ବର୍ତ୍ତମାନ କିଛି ଲୋକ ଅସ୍ଥାୟୀ ଭାବେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବାବେଳେ କିଛି ଲୋକ ପ୍ରଶାସନ ଷ୍ଟଲ ତିଆରି କରି ଦୋକାନୀମାନଙ୍କୁ ଦେବ ବୋଲି ଚିନ୍ତାମଗ୍ନ ଅଛନ୍ତି । କିନ୍ତୁ ପ୍ରଶାସନ ପାଖରେ ଏନେଇ କୌଣସି ସ୍ପଷ୍ଟ ଉତ୍ତର ନାହିଁ । ଏଭଳି ଦୋକାନୀମାନଙ୍କୁ ସ୍ଥାୟୀ ଭାବରେ କୋଉଠି ଥଇଥାନ ନକରି ମନଇଚ୍ଛା ଛିନ୍ନଛତ୍ର କରି ଦେଇଥିବାବେଳେ ବର୍ତ୍ତମାନ ଜୀବିକା ଅନ୍ୱେଷଣ ଆଶାରେ ସମସ୍ତ ଦୋକାନୀମାନଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ବଣିକ ସଙ୍ଘ ଖପ୍ରାଖୋଲ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜଦି ଗୋଟିଏ ସପ୍ତାହ ମଧ୍ୟରେ ପ୍ରଶାସନ ସେମାନଙ୍କୁ ଆଗରୁ ଦେଇଥିବା ପ୍ରତିଶୃତି ଉପରେ କାର୍ଯ୍ୟକାରୀ ନକଲେ ବଣିକ ସଙ୍ଘ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଡ଼ିଓଙ୍କ ସହ ବିଧାୟକ ପ୍ରତିନିଧିଙ୍କୁ ଲିଖିତଭାବେ ଦେଇଛନ୍ତି ।

jittmm
Leave A Reply

Your email address will not be published.