ଭୁବନେଶ୍ୱର : ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି ରାଜନୈତିକ ଦଳ । ବାଲେଶ୍ୱର ଘଟଣାକୁ ବିରୋଧ କରି କଂଗ୍ରେସ ଏହି ଡାକରା ଦେଇଛି । କଂଗ୍ରେସ, ବାମଦଳ ସମେତ ୭ ରାଜନୈତିକ ଦଳ ବନ୍ଦ ଡାକରାରେ ସାମିଲ ହେବେ । ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ଡାକରା ଦିଆଯାଇଛି । ଏହି ସମୟରେ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ । ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
