oom

ରାଜ୍ୟ ସ୍ତରୀୟ ଶବର ସମାଜ ଚିନ୍ତନ ସମ୍ମିଳନୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଏଆର ପେଲେସ ସମ୍ମିଳନୀ କକ୍ଷରେ ରାଜ୍ୟ ସ୍ତରୀୟ ଶବର ସମାଜର ଚିନ୍ତନ ବୈଠକ ହୋଇଯାଇଛି । ଆବାହକ ସତ୍ୟନାରାୟଣ ଭୋଇଙ୍କ ଆହ୍ୱାନ କ୍ରମେ ରାଜ୍ୟର ଅନେକ ଜିଲ୍ଲାରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ବୈଠକରେ ସଭାପତି ଚିତ୍ତ ରଂଜନ ବନଗୁଳା, ମୁଖ୍ୟ ଅତିଥି ଭାବେ ଶରତ ଚନ୍ଦ୍ର ନାଏକ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀ ସହିତ ସମ୍ମାନିତ ଅତିଥି ଭାବେ ବିଦ୍ୟାଧର ଦେହୁରୀ ଯୋଗ ଦେଇଥିଲେ । ସାମ୍ପ୍ରତିକ ଶବର ସମାଜର ଶିକ୍ଷା ସଂସ୍କୃତି, ନୟାଗଡ ଜିଲ୍ଲା କଣ୍ଟିଲୋ ନିକଟସ୍ଥ କାଳିଆପାଲ୍ଲୀ (ଶବରପଲ୍ଲୀ) ବିଶ୍ୱାବସୁ ପିଠ ଉନ୍ନତି କରଣ ଚାଳିଚଳନ ପୂଜା ବଦ୍ଧତି ସମ୍ବନ୍ଧରେ ପୁଙ୍ଖନୁପୁଙ୍ଖ ଆଲୋଚନା ହୋଇଥିଲା । ବକ୍ତବ୍ୟରେ ଶ୍ରୀ ନାଏକ କହିଥିଲେ ଯେ ଆମେ ସଂଗଠିତ ନ ହେବା ଦିନ ଆସିବ ଶବର ସମାଜ ବିଲୁପ୍ତ ହୋଇଯିବ । ତେଣୁ ଶିକ୍ଷିତ ହେବ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ହେଲେ ସଂଘର୍ଷ କରିବା ରାଜନୀତିରେ ଅଂଶୀଦାର ହେବ ତେବେ ଯାଇ ଆମେ ସମାଜର ମୁଖ୍ୟ ସ୍ରୋତକୁ ଆସିବା । ଶ୍ରୀ ଦେହୁରୀ ଭାଷଣରେ କହିଥିଲେ ଆମେ ମୂଳ ନିବାସୀ ସୃଷ୍ଟିର ଆରମ୍ଭରୁ ଆମ୍ଭ ଶବର ସଭ୍ୟତା ଅଛି ଆଜି ଆମ୍ଭେମାନେ ଏକତା ନ ହେବାରୁ ସବୁ ହରେଇବସିଛୁ । ସମସ୍ତଙ୍କୁ ଏକ ଜୁଟ ହୋଇ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ । ଗତ ୨୪.୦୩.୨୦୨୫ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ନୟାଗଡ ଜିଲ୍ଲା କାଳିଆପଲ୍ଲୀ ଠାରେ ଆମ ଶବର ସମାଜର ଉନ୍ନତି ନିମନ୍ତେ ପ୍ରଦାନ କରିଥିବା ମାର୍ଗଦର୍ଶନକୁ ସଭାରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା । ଉକ୍ତ ସଭାକୁ ଯଥା ବିଶ୍ୱା ଜିଲ୍ଲା ସଭାପତି ପରିଚାଳନା କରିଥିଲେ । ବରଗଡ ଜିଲ୍ଲାର ସବର ସମାଜର ସଭାପତି ଚତୁର୍ଭୁଜ ଭୋଇ, ନୁଆଁପଡା ଜିଲ୍ଲା ସଭାପତି ସୋମନାଥ ଖମାରୀ, କଳାହାଣ୍ଡି ଜିଲ୍ଲାର ସଭାପତି ଧନୁର୍ଜୟ ଭୋଇ, ସୋନପୁରର ବଦ୍ୟନାଥ ଭୋଇ, କନ୍ଧମାଳ ପଂଚାନନ ଭୋଇ, ବୌଦ୍ଧ ଦେବାରଚନ ଭୋଇ, ଯାଜପୁର ଗୋବର୍ଦ୍ଧନ ଖଟୁଆ, ପୁରୀର ପ୍ରକାଶ ପାତ୍ର, ସମ୍ବଲପୁରର ତାପସ ଭୋଇ, ଖୋର୍ଦ୍ଧାରୁ ବିଦ୍ୟାଧର ଭୋଇ, କଟକ ଶରତ ନାଏକ, ଢେଙ୍କାନାଲ ପାହାଳୀ ଦେହୁରୀ, ବିଶ୍ୱମ୍ଭର ଭୋଇ ସମ୍ପାଦକ, ରାହାସ ବିହାରୀ ଭୋଇ ଉପଖଣ୍ଡ ସଭାପତି ନବୀନ ଭୋଇ ରଂଜିତ ବେହେରା, ଅଶୋକ କୁମାର ବୁଡେକ, ଜ୍ଞାନ ପ୍ରକାଶ ବିଶ୍ୱାଳ, ତରଣୀସେନ ଭୋଇ, ଖିରୋଦ ନାଗ, ରାତୁ କାଲସାଏ, କୈଳାସ ଭୋଇ, ଏବଂ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ସର୍ବ ସମ୍ମତି କ୍ରମେ ସତ୍ୟନାରାୟଣ ଭୋଇ ଏବଂ ତାପସ ଭୋଇଙ୍କ ରାଜ୍ୟ ସଂଯୋଜକ ଭାବରେ ମନୋନୀତ କରାଯାଇଥିଲା । ଶେଷରେ ଯଥା ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.