ସାହାଣୀ କପ୍ ପାଇଁ ଚୟନ ଆସନ୍ତା ୨୯ ଓ ୩୦ରେ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆନ୍ତଃ ଜିଲ୍ଲା ସିନିୟର୍ ଫୁଟବଲ୍ ପ୍ରତିଯୋଗିତା ସାହାଣୀ କପ୍ ପାଇଁ ବରଗଡ଼ ଜିଲ୍ଲା ଖେଳାଳୀ ମାନଙ୍କ ଚୟନ ଆସନ୍ତା ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଇଛୁକ ଥିବା ଖେଳାଳୀ ମାନେ ଉକ୍ତ ଦିନ ସକାଳ ୭ ଘଣ୍ଟା ସମୟରେ ଷ୍ଟାଡିୟମରେ ଉପସ୍ଥିତ ରହିବାକୁ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ କିଶୋର ମିଶ୍ର ଓ ଫୁଟବଲ ସମ୍ପାଦକ ଶେଖ୍ ଶବ୍ଦର ଜଣାଇଛନ୍ତି ।

Leave A Reply

Your email address will not be published.