centurian jitm

ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି

nschool

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଷ୍ଟେସନ୍‌ ନିକଟରେ ବୁଧବାର ୧୧ଟା ୪୦ ମିନିଟ୍‌ରେ ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଯେଉଁଥିରେ ନାଗାବଳୀ ଏକ୍ସପ୍ରେସ୍‌ର ଶେଷରେ ଥିବା ଜେନେରାଲ୍ ବଗି ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲ୍‌ ୱେ) ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ବୁଧବାର ଦିନ ୧୧ଟା ୪୦ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ଷ୍ଟେସନ ନିକଟରେ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍‌ର ଗୋଟିଏ ବଗି ଟ୍ରାକ୍‌ରୁ ଖସିଯାଇଥିଲା । ଯାହାଫଳରେ ସେହି ଟ୍ରାକ୍‌ରେ ଅଟକି ରହିଥିଲା ଟ୍ରେନ୍‌ । ଖବର ପାଇ ରେଲ୍‌ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଥିବା ଶେଷ ବଗିକୁ ବାଦ୍ ଦେଇ ଟ୍ରେନ୍‌ଟି ୧୨ଟା ୪୭ରେ ଗନ୍ତବ୍ୟ ସ୍ଥଳକୁ ଗଲା ।

Leave A Reply

Your email address will not be published.