csstore

ତହସିଲଦାରଙ୍କ ଧାନ ମଣ୍ଡି ଯାଞ୍ଚ : ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନ ଜବତ

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ନୂଆପଡା ପେକ୍ସ ଧାନ ମଣ୍ଡିକୁ ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ନିଜ ଟିମ୍‌ ସହ ଯାଞ୍ଚ କରିବାକୁ ଯାଇଥିବା ବେଳେ ୩୬ ପ୍ୟାକେଟ ତଥା ପ୍ରାୟ ୧୪ ‌କ୍ୱି‌ଣ୍ଟାଲ ବେଆଇନ ଧାନକୁ ଜବତ କରିଥିଲେ । ଏହି ପେକ୍ସରେ ଟାଗେର୍ଟ ନଥିବାରୁ ବହୁ ଚାଷୀଙ୍କ ଧାନ ପଡି ରହିଥିବା ବେଳେ ତହସିଲଦାର ଘଟଣା ସ୍ଥଳକୁ ଯାଇ ଗୋଟିଏ ଗୋଟିଏ କରି ଚାଷୀଙ୍କ ଧାନ ଯାଞ୍ଚ କରିଥିଲେ । ପ୍ରାୟ ଚାରି ଘଣ୍ଟା ଧରି ଯାଞ୍ଚ ପରେ ୩୬ ପ୍ୟାକେଟ ଧାନର କେହି ମାଲିକ ବାହରି ନଥିବାରୁ ତାକୁ ଜବତ କରିଥିଲେ । ଏହି ଯାଞ୍ଚ ବେଳେ ଗୁଡଭେଲା ବ୍ଳକ କୃଷୀ ଅଧିକାରୀ ପ୍ରମୋଦ ବଡପଣ୍ଡା, ବ୍ଳକ ଯୋଗାଣ ଅଧିକାରୀ ପ୍ରଶାନ୍ତ ପ୍ରଧାନ ଓ ତୁଷୁରା ରାଜସ୍ୱ ନିରୀକ୍ଷକ ନବୀନ ରାଉତ ସାମିଲ ଥିଲେ ।

jayashree
Leave A Reply

Your email address will not be published.