oom

ତୁରେକେଲା ବିଇଓ କାର୍ଯ୍ୟାଳୟର ବଡବାବୁଙ୍କୁ ବିଦାୟ ସମ୍ବର୍ଦ୍ଧନା

jsmm

ତୁରେକେଲା, (କୈଳାଶ ସଗ୍ରିଆ) : ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କଣ୍ଟାବାଞ୍ଜୀ ନିବାସୀ ମୁଖ୍ୟ କିରାଣୀ ହୃଷୀକେଶ ଦାସ ଷାଠିଏ ବର୍ଷ ପୂର୍ତ୍ତି ଅବସରରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । କରୋନା ମହାମାରୀର କଟକଣା ନିର୍ଦ୍ଦେଶକୁ ମାନି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟକାଳୀନ ସଭାରେ ଶ୍ରୀ ଦାସଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଧାରୀ) ତରଫରୁ ଉପଢୌକନ, ଫୁଲତୋଡା ଓ ଉପହାର ପ୍ରଦାନ କରାଯାଇଥିଲା ।ଶ୍ରୀ ଦାସ ଦୀର୍ଘ ବର୍ଷ ଧରି ତୁରେକେଲା ବ୍ଳକରେ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ଏହି ବିଦାୟ ସଭାରେ ଫକୀର ଚରଣ ବିଶି, ରଘୁନାଥ ମହରା,ଏବିଇଓ, ବିରଞ୍ଚି ନାରାୟଣ ଦାଶ, ସଭାପତି ପ୍ରାଥମିକ ଶିକ୍ଷକ ସଂଘ, ରାମକୃଷ୍ଣ ସେଲମା, ପ୍ରେମରାଜ ପାଣିଗ୍ରାହୀ, ଜଳନ୍ଧର ମହାକୁଡ, ସତ୍ୟ ପ୍ରକାଶ ସାହୁ, ଭୀମସେନ ପଣ୍ଡା, ରବୀନ୍ଦ୍ର ରଥ, ସୁଦର୍ଶନ ଦୀପ, ବୁଦ୍ଧଦେବ ବନ୍ଛୋର, ବିଶ୍ୱଜିତ ମେହେର, ପ୍ରକାଶ ସେଲମା, ରମେଶ ସୁନା, ସୁଶାନ୍ତ ସାହୁ, ସରୋଜ ପୁରୋହିତ, ଚିତ୍ତ ରଂଜନ ବେହେରା, ଟିକେଶ୍ୱର ବେହେରା ସମେତ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.