pakka

ମାର୍ଗଶିର ପୂର୍ଣ୍ଣିମାରେ ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେଇ ଖୋଲ ଯାତ୍ରା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) :
ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡ ମାନଙ୍କରେ ରହିଛି ବିଭିନ୍ନ ଐତିହ୍ୟର ମାନ୍ୟତା । ବିଭିନ୍ନ ରୂପରେ ଦେବାଦେବୀ ମାନେ ଆସ୍ଥିନ ଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇଖୋଲ ଅଂଚଳରେ ଥିବା ମା’ ଦୁର୍ଗାଙ୍କର ରହିଛି ସ୍ୱତନ୍ତ୍ର ମାନ୍ୟତା । ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋମିଟର ମନଭଙ୍ଗ ଡେମ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମା’ଙ୍କ ନାମରେ ନାମିତ ଝରଣା ଦୁର୍ଗେ ଝରନ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ପ୍ରକୃତିର ଗନ୍ତାଘର ଗନ୍ଧମାର୍ଦ୍ଦନର ପାଦଦେଶରେ ଥିବା ଏହି ସ୍ଥାନ ଏଠାରୁ ପ୍ରାୟ ୧୨ କିଲୋମିଟର ଏବଂ ୨ ଘଣ୍ଟାର ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଚଢିବା ପରେ ଆସିଥାଏ ମା ଦୁର୍ଗାଙ୍କର ପ୍ରାକୃତିକ ପୀଠ । ଏକ ଗୁମ୍ଫା ସ୍ଥାନରେ ପୂଜା ପାଇଥାନ୍ତି ମାଁ ଦୁର୍ଗା ଦେବୀ । ବର୍ଷକୁ ଥାରେ ମା’ଙ୍କ ଦର୍ଶନର ସୁଯୋଗ ମିଳରଥିବାରୁ ମା’ଙ୍କର ଦର୍ଶନ ପାଇଁ ପ୍ରତିବର୍ଷ ମାର୍ଗଶୀର ପୁର୍ଣିମା ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଧାଇଁ ଆସିଥାନ୍ତି ହଜାର ହଜାର ସଂଖ୍ୟାରେ ଭକ୍ତ । ମାନ୍ୟତା ଅନୁଯାୟୀ ଏହି ସ୍ଥାନରେ ମାଗିଲେ ଭକ୍ତଙ୍କ ସବୁ କାମନା ମା’ ପୂରଣ କରୁଥିବାର ଭକ୍ତଙ୍କ ମନରେ ଆସ୍ଥା ଏବଂ ବିଶ୍ୱାସ ରହିଛି । କେବଳ ଯେ ଏତିକି ନୁହଁ ବରଂ ଦୁର୍ଗେଇଖୋଲ ଯିବା ବାଟରେ ପଡେ ଐତିହାସିକ ହୁମେର ଗଡର ଦ୍ୱାର ଏବଂ ଭଗ୍ନାବଶେଷ । ପୂର୍ବ ସମୟରେ ପାଟଣା ମାହାରାଜା ଏହି ସ୍ଥାନରେ ଗଡ ନିର୍ମାଣ ସହ ପାହାଡ ପରେ କାନ୍ଥ ଏବଂ ସୈନିକଙ୍କ ପାଇଁ ଛାଉଣି ତିଆରି କରେଇ ଥିବାର ଲୋକ କଥା ରହିଛି । ଏହି ସ୍ଥାନରୁ ପ୍ରାୟ ୧.୫ କିଲୋମିଟର ଆଗକୁ ଯିବା ପରେ ଆସେ ମା’ ଦୁର୍ଗାଙ୍କର ପୀଠ । ହେଲେ ଗଡର ଭଗ୍ନା ବିଶେଷ ହେଉ କି ପାହାଡ ଭିତରେ ଥିବା ମା’ଙ୍କର ପୀଠ ହେଉ ପ୍ରଶାସନ ଏବଂ ସରକାରଙ୍କ ବିକାଶ ଏବଂ ରକ୍ଷଣା ବେକ୍ଷଣରୁ ବହୁ ଦୁରରେ । ଶୀଘ୍ର ଏହି ହୁମେର ଗଡର ଅବସ୍ଥିତ ଭଗ୍ନାବଶେଷ ମାନଙ୍କୁ ସୁରକ୍ଷା ନ ଦିଆଗଲେ ଏକ ଇତିହାସର ପୃଷ୍ଠାରେ ଏହା ଲୁପ୍ତ ପ୍ରାୟ ହୋଇଯିବାର ସମ୍ଭାବନା ଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ମାନେ ରାତିରେ ପୂଜା ସରିବା ପର୍ଯ୍ୟନ୍ତ ମନ୍ଦିର ଆଖପାଖରେ ବିଶ୍ରାମ ପାଇଁ କି ଆଲୋକର କୌଣସି ବ୍ୟବସ୍ଥା ନଥିବାରୁ ନିଆଁ, ଟର୍ଚ୍ଚ ଆଦି ଜାଳି ଗଛ ମୂଳେ ଆଶ୍ରୟ ନେଇଥାନ୍ତି । ଏଣୁ ସରକାର ଏହି ପୀଠର ଐତିହ ରକ୍ଷା ଏବଂ ବିକାଶ ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ଜନ ସାଧାରଣଙ୍କ ମଧ୍ୟରେ ଦାବୀ ହେଉଛି । ଐତିହ୍ୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପୀଠକୁ ଶୀଘ୍ର ରକ୍ଷା କରା ନଗଲେ ଆଗାମୀ ପଢି ପାଇଁ ଏହା ଏକ କାହାଣୀ ମାତ୍ର ହୋଇ ରହିଯିବାର ଭୟ ଥିବାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଥିବା ବେଳେ ସରକାର ଏହି ସ୍ଥାନର ବିକାଶ ଏବଂ ଉନ୍ନତି ଦିଗରେ ପଦକ୍ଷେପ ନେବେ ଦେଖିବା ବାକି ରହିଲା । ଏହି ଯାତ୍ରା ମାର୍ଗଶିର ପୂର୍ଣ୍ଣିମା ତା ୩୦ ୵ ୧୨ ରୁ ତା ୩୧ ୵ ୧୨ ଦୁଇଦିନ ଧରି ଦୁର୍ଗେଇଖୋଲ ଯାତ୍ରା ମା’ ଦୁର୍ଗା ଦେବୀ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ପୂଜକ ନବୀନ ମଲ୍ଲିକ, ଅନିରୁଦ୍ଧ ମଲ୍ଲିକ, ନକୁଳ ମଲ୍ଲିକ, ରଣଜିତ ମଲ୍ଲିକ, ତ୍ରିନାଥ ମଲ୍ଲିକ ପୂଜା ଅର୍ଚ୍ଚନା କରିଥିବା ବେଳେ ପୂଜା କମିଟି ସଭାପତି ମଧୁସୂଦନ ପାଣ୍ତେ, ସଂପାଦକ ବେଣୁଧର ମଲ୍ଲିକ, ଗୋଲାପ ଦାଶ, କପୁର୍ଚନ ମଲ୍ଲିକ, ଯୋଗୀ ମଲ୍ଲିକ, ହୀରନ ମଲ୍ଲିକ, ଟିକେଲାଲ ମାହାର, ଅଲେଖ ଧରୁଆ, ମହନ ମାଝୀଙ୍କ ସମେତ ଯୁବ ବାହିନୀ ପରିଚାଳନା କରିଥିଲେ । ସେହିପରି ପୁରେନା, ଲଉଡିମାଲ ଗ୍ରାମ ଠାରେ ମା ଦୁର୍ଗେଇ ଦେବୀଙ୍କ ପୀଠରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଯାତ୍ରା କୋଭିଡ -୧୯ ର ନିୟମ ଅନୁସାରେ ପାଳିତ ହୋଇଯାଇଛି ।

jay balangir
Leave A Reply

Your email address will not be published.

two × three =

error: Content is protected !!